ଭୁବନେଶ୍ବର(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରୁ ଚୋରି । ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି । କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି।
ଫର୍ନିଚର ସହ ଏସି ଷ୍ଟାବ୍ଲାଇଜର ଓ ତମ୍ବା ତାର ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ କରାଯାଇଛି।