ଦ୍ୱିତୀୟ ଟି୨୦ ମ୍ୟାଚ୍ ଜିତିଲା ପାଣ୍ଡ୍ୟା ବାହିନୀ। ନ୍ୟୁଜିଲାଣ୍ଡକୁ ରନରେ ହରାଇଲା ଭାରତ। ୧୯୨ ରନ ବିଶାଳ ସ୍କୋରକୁ ଲକ୍ଷ୍ୟ ରଖି କିଓ୍ଵି ଦଳ ନିର୍ଦ୍ଧାରିତ ୧୮.୫ ଓଭରରେ ୧୨୬ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ୬୫ ରନରେ ଜିତିନେଇଛି ଭାରତ। ଫଳରେ ଭାରତ ସିରିଜ୧-୦ରେ ଆଗୁଆ ରହିଛି।
ନ୍ୟୁଜିଲାଣ୍ଡକୁ ସାମ୍ନାରେ ୧୯୨ ରନର ବିଶାଳ ସ୍କୋର ଲକ୍ଷ୍ୟ ରଖିଥିଲା ଭାରତ। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବାତିଲ ହେବା ପରେ ଦ୍ୱିତୀୟ ଟି-୨୦ ଉପରେ ସମସ୍ତଙ୍କ ନଜର ରହିଥିଲା । ୨ୟ ଟି-୨୦ ମ୍ୟାଚରେ ୬ ଓ୍ୱିକେଟ୍ ହରାଇ ୧୯୧ ରନ୍ କରିଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡରେ ପୁଣି ଚମକିଥିଲେ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାରଙ୍କ ୫୧ ବଲରେ ଖେଳିଲେ ୧୧୧ରନ୍ କରି ପୁଣି ଫ୍ୟାନ୍ସଙ୍କୁ ଖୁସି କରିଦେଇଛନ୍ତି।
ନ୍ୟୁଜ୍ଲାଣ୍ଡ ପକ୍ଷରୁ ଫିନ୍ ଏଲେନ୍ ଶୂନ୍ୟ, ଦିବନ୍ କନ୍ୱେ ୨୫ ରନ୍, କେନ୍ ୱିଲିୟମ୍ସନ୍ ୬୧ ରନ୍, ଗ୍ଲେନ୍ ଫିଲିପ୍ ୧୨ ରନ୍, ଡେରିଲ୍ ମିସେଲ୍ ୧୦ ରନ୍, ଜେମ୍ସ୍ ନୀଶାମ୍ ଶୂନ୍ୟ, ମିସେଲ୍ ସାଣ୍ଟର୍ ୨ ରନ୍, ଆଦାମ୍ ମିଲନି ୬ ରନ୍, ଈଶ୍ ସୋଢ଼ି ୧ ରନ୍, ଟିମ୍ ସାଉଥି ଶୂନ୍ୟ ଓ ଲକି ଫର୍ଗୁସନ୍ ଅପରାଜିତ ୧ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପକ ହୁଡା ସର୍ବାଧିକ ଚାରୋଟି ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାର ଏବଂ ୱାସିଂଟନ ସୁନ୍ଦର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି।
ଦ୍ୱିତୀୟ ଟି୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୧୯୧ ରନ୍ କରିବାରେ ସକ୍ଷମ ହୋଇଥିଲା । ସୂର୍ଯ୍ୟକୁମାରଙ୍କ ଶତକୀୟ ଇନିଂସ ପରେ ଦଳ ପକ୍ଷରୁ ଇଶାନ୍ କିଶାନ ୩୬ ରନ୍, ପନ୍ଥ ୬, ଶ୍ରେୟସ ଆୟର, ୧୩, ହାର୍ଦ୍ଦିକ ପାଣ୍ଡ୍ୟ ୧୩, ସୂର୍ଯ୍ୟକୁମାର ଯାଦବ ୧୧୧ ରନ୍ କରିଥିଲେ । ବାକି ଦୀପକ ହୁଡ୍ଡା, ଓ୍ୱାସିଂଟନ୍ ସୁନ୍ଦର ବିନା କୌଣସି ରନ୍ କରି ପାଭିଲିୟନ ଫେରିଥିଲେ ।
ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଲେ କିଓ୍ଵିର ବୋଲର । କିନ୍ତୁ ମ୍ୟାଚ୍ର ୧୯ ଓଭରରେ ହ୍ୟାଟ୍ରିକ ଓ୍ୱିକେଟ୍ କରିଥିଲେ ଟିମ୍ ସାଉଦୀ । ସେ ମୋଟ ୪ ଓଭର ବୋଲିଂ କରି ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିଲେ । ଲକି ଫର୍ଗ୍ୟୁସନ୍ ୨ଟି ଓ୍ୱିକେଟ୍, ସେ ମୋଟ ୪ ଓଭର ବୋଲିଂ କରି ୪୯ ରନ୍, ସ୍ପିନର ସୋଢି ୪ ଓଭର ବୋଲିଂ କରି ୩୫ ରନ୍ ଦେଇ ଗୋଟିଏ ଓ୍ୱିକେଟ୍ ନେଇଥିଲେ।