ଭାଇରଲ ହେଲା ନ୍ୟାସନାଲ କ୍ରସଙ୍କ ଫଟୋ, ଫ୍ୟାନ୍ସ କହିଲେ ‘ବଲିଉଡ ହାଓ୍ଵା ବୋଧେ ବାଜିଗଲାଣି’
ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବ କମ୍ ସମୟ ମଧ୍ୟରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିନେଲେ। ରଶ୍ମିକାଙ୍କ ପ୍ରତ୍ୟେକ ଫିଲ୍ମରେ ଦମଦାର ଅଭିନୟ ଯୋଗୁଁ ଫ୍ୟାନ୍ସ ତାଙ୍କ ପ୍ରଶଂସା କରିବାକୁ ମଧ୍ୟ ପଛାନ୍ତି ନାହିଁ। ତେବେ ନ୍ୟାସନାଲ କ୍ରସଙ୍କ ଲାଟେଷ୍ଟ ଫଟୋ ଦେଖି ପୁଣି ଫ୍ୟାନ୍ସ ପାଗଳ ହୋଇଛନ୍ତି। ଆଉ ଏହି ଫଟୋ ଭାଇରଲ ହେବାରେ ଲାଗିଛି।
ରଶ୍ମିକାଙ୍କ ଯେଉଁ ଫଟୋ ଭାଇରଲ ହେଉଛି, ସେଥିରେ ସେ ଲାଲ ରଙ୍ଗର ସିମରୀ ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ନ୍ୟୁଡ ଲିପଷ୍ଟିକକୁ ମୁହଁରେ ଟିକିଲି ଲଗାଇ ବିଲକୁଲ୍ ଘରର ନୂଆ ବୋହୂ ପରି ଦେଖାଯାଉଛନ୍ତି। ଆଉ ଏହି ଫଟୋ ଦେଖିବା ପାଇଁ ଫ୍ୟାନ୍ସ ନିଜକୁ ସମ୍ଭାଳିପାରୁନାହାନ୍ତି।
View this post on Instagram
ରଶ୍ମିକାଙ୍କ ଏଭଳି ବୋଲ୍ଡ ଅନ୍ଦାଜ ଦେଖି ଫ୍ୟାନ୍ସ କହୁଛନ୍ତି, କ’ଣ ତୁମକୁ ବଲଉଡ ପବନ ବାଜିଗଲାଣି।
ସାଉଥ ଫିଲ୍ମରେ କମାଲ କରିବା ପରେ ବଲିଉଡ ଫିଲ୍ମରେ କମାଲ କରୁଛନ୍ତି ରଶ୍ମିକା। ରଶ୍ମିକାଙ୍କ ପ୍ରଥମ ଫିଲ୍ମ ‘ଗୁଡବାଏ’ ରହିଥିବା ବେଳେ ଏବେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ରେ ନଜର ଆସିବେ। ଏହା ପରେ ରଣବୀର କପୁରଙ୍କ ସହିତ ‘ଆନିମଲ’ରେ ନଜର ଆସିବେ ରଶ୍ମିକା ।
View this post on Instagram