କଟକ(କେନ୍ୟୁଜ୍): ସ୍ଵତନ୍ତ୍ର ଅଦାଲତଦ୍ୱାରା ବାଜ୍ୟାପ୍ତି ହୋଇଥିବା ଚିଟଫଣ୍ଡ କମ୍ପାନୀ ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଚିଟଫଣ୍ଡ ସଂସ୍ଥା ଶାରଳା ରିଅଲକନର ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି।ତେବେ ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟପ୍ତି ପାଇଁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସାରଳା ରିଅଲକନ ପ୍ରାଇଭେଟ୍ ଲିମିଟେଡ ନାମକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟପ୍ତି ପାଇଁ ଗତ ଅକ୍ଟୋବର ୧୫ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୧୩ କୋଟି ୮୦ ଲକ୍ଷ ୬୯ ହଜାର ୮୭5ଟଙ୍କା ମୁଲ୍ୟର ଜମି, ୧୩ଲକ୍ଷ ୧୦ହଜାର ୩୧୬ ଟଙ୍କା ବ୍ୟାଙ୍କଜମା, ୩ ଲକ୍ଷ ୨୫ ହଜାର ୬୦୦ ଟଙ୍କା ନଗଦ ଟଙ୍କା ଏବଂ ୪ ଟି ଦାମୀ କାର ସ୍କର୍ପିଓ, ପାଜେରୋ, ବିଏମବ୍ଲୁ, ଫରଚୁନର ବାଜ୍ୟପ୍ତି ପାଇଁ ଚିଟଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବାଜ୍ୟପ୍ତି ସମ୍ପତ୍ତି ନିଲାମ ପରେ ଲବ୍ଧ ଅର୍ଥ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେବା ପାଇଁ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତେବେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲା ସଂସ୍ଥା। ଏହି ମାମଲାର ଶୁଣାଣି ରେରା କୋର୍ଟ ରେ କରିବାକୁ ପାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସାରଳା ରିଅଲକନ ଚିଟଫଣ୍ଡ କମ୍ପାନୀ।