୨୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁଇ ବନ କର୍ମଚାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ନୂଆପଡା(କେନ୍ୟୁଜ୍):  ଭିଜିଲାନସ ଜାଲରେ ଦୁଇଜଣ ବନ ବିଭାଗ କର୍ମଚାରୀ। ୨୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗିରଫ ଦୁଇ ବନ କର୍ମଚାରୀ ହେଲେ ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଲିଆଡ ବିଟ୍ ହାଉସର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ମହିଳା ଫରେଷ୍ଟ ଗାର୍ଡ ସଵନମ ହୁରଦୁସ ବୋଲି ଜଣାପଡିଛି ।

ଏହି ଦୁଇ ବନ କର୍ମଚାରୀ କୋପିଆ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ କାଠ ଓ ମୋଟର ସାଇକେଲ ଜବତ କରିଥିଲେ ଏବଂ ପରେ ରିଲିଜ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଚୁକ୍ତି ମୁତାବକ ୨୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭବାନୀପାଟଣା ଓ ନୂଆପଡା ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢାଉ କରି ଦୁଇଜଣ ବନ କର୍ମଚାରୀଙ୍କୁ ଗିରଫ କରିବା ସହ ପଚରା ଉଚୁରା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.