୮ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇରେ ଅଙ୍ଗନବାଡ଼ି କର୍ମୀ, ଲୋୟର ପିଏମଜି କଲେ ହଲ୍ଲା ବୋଲ

କେନ୍ୟୁଜ୍(ବ୍ୟୁରୋ): ୮ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇରେ ଅଙ୍ଗନବାଡ଼ି କର୍ମୀ। ଭୁବନେଶ୍ୱର ଲୋୟର ପିଏମଜି ଛକରେ ଏକାଠି ହୋଇଛନ୍ତି ୫୦ହଜାରରୁ ଅଧିକ ଅଙ୍ଗନବାଡ଼ି କର୍ମୀ। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀଙ୍କ ମାନ୍ୟତା ପ୍ରଦାନ ସହ ଇପିଏଫ, ଗ୍ରାଚୁଇଟି ଆଦି ଭଳି ଦାବି ରଖିଛନ୍ତି ଅଲଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ। ଏହା ସହ ମିନି ଅଙ୍ଗନବାଡ଼ି କର୍ମୀ ଉଚ୍ଛେଦ କରି ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା, ଅବସରକାଳୀନ ୫ଲକ୍ଷ ଟଙ୍କା ସହାୟତା ରାଶି ଓ ମାସିର ୫ହଜାର ଟଙ୍କା ପେନ୍‌ସନ ଦାବି କରିଛନ୍ତି। କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଅଙ୍ଗନବାଡି କର୍ମୀଙ୍କୁ ମୃତ୍ୟୁକାଳୀନ ସହାୟତା ରାସି ୫ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି।

ଏହା ସହ ୨୦୧୮ ଆନ୍ଦୋଳନ ବେଳେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଚିଠି ଲେଖିଥିଲେ ମଧ୍ୟ କୌଣସି ପ୍ରତିଶ୍ରୁତି ନମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିବା କହିଛି ସଂଘ। ଦାବିପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛି ସଂଘ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.