କେନ୍ଦୁଝର: ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ, ଜଣେ ଗୁରୁତର

ଅନନ୍ଦପୁର(କେନ୍ୟୁଜ୍):ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ। ଜଣେ ଗୁରୁତର ଦୁଇ ଆହାତ ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି। ଅନେକ ଦିନ ବ୍ୟବଧାନ ପରେ ଆରମ୍ଭ ହେଉଥିବା ସେତୁ ଅଚାନକ ଭାଙ୍ଗିଗଲା। ଆଜି ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁ ର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯାଇଛି। ତାହା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡିଛି। କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଆଉ ତଳେ କେହି ଥିବା ନଥିବା ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ବେଳେ ଠିକା ସଂସ୍ଥାର କାମକୁ ନେଇ ପ୍ରଶ୍ନ ଉଠିଛି।

ଅଳ୍ପ ଦିନ ପରେ ଏହି ରାସ୍ତାରେ ଯାତାୟତ ଆରମ୍ଭ ହେବାକୁ ଥିବା ବେଳେ ଠିକାଦାରଙ୍କ ଏଭଳି କାମ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ତେବେ ଘଟଣା ସମ୍ପର୍କରେ ଆମେ ଜାଣିବାକୁ ଚାହିଁ ଥିଲେ ମଧ୍ୟ ଠିକାସଂସ୍ଥାର କର୍ମଚାରୀ ଘଟଣ ସ୍ଥଳ ଛାଡ଼ି ଚମ୍ପଟ ମାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.