ରାଜ୍ୟ ପାଇଁ ଖୁସି ଖବର ! ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ବର(କେନ୍ୟୁଜ୍):   ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ଜଗନ୍ନାଥ ସଂସ୍କୃତି, ଐତିହ୍ୟ ସହ ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ନେଇ ଜଗନ୍ନାଥ ଏକ୍ସପ୍ରେସ ଦେଶବ୍ୟାପୀ ଭ୍ରମଣ କରିବ । ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସଂସ୍କୃତିକୁ ପ୍ରଦର୍ଶନ କରିବ ଜଗନ୍ନାଥ ଏକ୍ସପ୍ରେସ । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଖାଦ୍ୟ ଓ ଭାଷାର ପ୍ରଚାର ପ୍ରସାର ବି କରିବ ।

ଭୁବନେଶ୍ୱରରେ ଆସିଥିବା ଅବସରରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାର ଡିଜାଇନ ପ୍ରସ୍ତୁତ ହୋଇସାରିଛି । ରଥଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ରାଜ୍ୟରେ ଗତ ବର୍ଷ ୨୩୮ କିଲୋମିଟର ଟ୍ରେନ ଟ୍ରାକ ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ ୫୫୦ କିଲୋମିଟର ଟ୍ରେନ ଟ୍ରାକ ନିର୍ମାଣ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.