Below header

ଥାଇଲାଣ୍ଡର ଏକ ମନ୍ଦିରରେ ଡ୍ରଗ୍ସ ଟିମ୍‌ର ଚଢ଼ାଉ; ନିଶା ଖାଇ ଚୁର୍‌ ଥିଲେ ସମସ୍ତ ପୂଜାରୀ…ଏବେ ମନ୍ଦିର ଖାଁ ଖାଁ

ଥାଇଲାଣ୍ଡରେ ପୋଲିସର ଅନେକ ଚେଷ୍ଟା ସତ୍ତ୍ୱେ ଡ୍ରଗ୍ସର କଳା କାରବାର ଥମିବାର ନାମ ନେଉନାହିଁ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ମୁତାବକ, ଏକ ବୁଦ୍ଧ ମନ୍ଦିରରେ ଡ୍ରଗ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ସମେତ ସମସ୍ତ ପୂଜାରୀ ନିଶାରେ ଚୁର୍‌ ଥିବା ଦେଖିବାକୁ ମିଳିଥିଲେ। ଏହି ଘଟଣା ପରେ ସେମାନଙ୍କୁ ମନ୍ଦିରରେ ସେବା ପଦରୁ ହଟାଇ ଦିଆଯାଇଛି। ଏଥିସହିତ ସମସ୍ତଙ୍କୁ ସୁଧାର ଗୃହକୁ ପଠାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୌତୁହଳର ବିଷୟ ହୋଇଛି।

ମିଡ୍‌ ଥାଇଲାଣ୍ଡରେ ଜିଲ୍ଲା ପୋଲିସ ଅଧିକାରୀ କହିଛନ୍ତି କି, ଫତେଚବୁନ ପ୍ରାନ୍ତର ବୁଙ୍ଗ ସାମ୍‌ ଫାନ ଜିଲ୍ଲାର ଏକ ମନ୍ଦିରରେ ମଠାଧୀଶଙ୍କ ସହ ଅନ୍ୟ ୪ ପୂଜାରୀଙ୍କର ଡ୍ରଗ୍ସ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ଅଧିକାରୀ କହିଛନ୍ତି, ସମସ୍ତଙ୍କୁ ତତ୍କାଳ ପ୍ରଭାବରେ ମନ୍ଦିରରୁ ହଟାଇ ଦିଆଯାଇଛି। ଏଥିସହିତ ନିଶା ନିବାରଣ ପାଇଁ ସେମାନଙ୍କୁ ଏକ ସ୍ୱାସ୍ଥ୍ୟ କ୍ଲିନିକକୁ ପଠାଇ ଦିଆଯାଇଛି।

ଜିଲ୍ଲା ପୋଲିସ ଅଧିକାରୀ କହିଥିଲେ ଯେ ମନ୍ଦିରରେ ଏବେ କେହି ଭିକ୍ଷୁ ନାହାନ୍ତି। ମନ୍ଦିର ଖାଲି ରହିଛି। ଏହାକୁ ନେଇ ଆଖାପାଖ ଗ୍ରାମର ଲୋକମାନଙ୍କର ଚିନ୍ତା ବଢ଼ିଯାଇଛି ଯେ ସେମାନେ ଏବେ ପୁଣ୍ୟ ଅର୍ଜନ କରିପାରିବେ ନାହିଁ। ବାସ୍ତବରେ, ଗ୍ରାମବାସୀଙ୍କର ଏକ ବିଶ୍ୱାସ ଅଛି ଯେ ପୁଣ୍ୟ ଅର୍ଜନ କରିବା ପାଇଁ ଭିକ୍ଷୁମାନଙ୍କୁ ଭୋଜନ ଦାନ କରିବା ଆବଶ୍ୟକ। ଅଧିକାରୀ କହିଥିଲେ କି, ଗ୍ରାମୀଣମାନଙ୍କୁ ନିଜର ଧାର୍ମିକ ଦାୟିତ୍ୱ ପାଳନ କରିବାର ଅନୁମତି ଦେବା ପାଇଁ ଅନ୍ୟ ଭିକ୍ଷୁମାନଙ୍କୁ ମନ୍ଦିରକୁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.