ବିବାହ ଋତୁରେ କମିଲା ସୁନା – ରୁପା ଦର, ଚେକ୍‌ କରିଦିଅନ୍ତୁ କେତେ ରହିଛି ଦାମ

ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଗତ ବିବାହ ହ୍ରାସ ପାଇଥିଲା। କିନ୍ତୁ ଏଥର ନଭେମ୍ବରରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ବିବାହ ହେବ ବୋଲି ରହିଛି । ଏହାର ପ୍ରଭାବ ସିଧା ସଳଖ ସୁନା ଜିନିଷ ବିକ୍ରି ହେଉଥିବା ବଜାର ଉପରେ ପଡିବ । ମୁଖ୍ୟତଃ ଏଥର ଗହଣା ବ୍ୟବସାୟୀ ମାନେ ହେବେ ମାଲାମାଲ । ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦାମ୍ କମ ହୋଇଥିବାରୁ ଏହାର ପ୍ରଭାବ ସୁନା ବଜାର ଉପରେ ପଡ଼ିଛି। ତେଣୁ ପ୍ରଥମେ ଆସନ୍ତୁ ଜାଣିବା ବଜାରରେ ଆଜିର ସୁନା ଦର କେତେ ରହିଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୩୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୭୮୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୪୬୦ ଟଙ୍କା ଓ ୫୨,୮୮୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୪୬୦ ଟଙ୍କା ଓ ୫୨,୮୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୬୧୦ ଟଙ୍କା ଓ ୫୩,୦୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୪୬୦ ଟଙ୍କା ଓ ୫୨,୮୮୦ ଟଙ୍କା ରହିଛି।

ଅନ୍ୟପଟେ ରୁପା ମୂଲ୍ୟ ଆଜି କମିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୪୦୦ ଟଙ୍କା କମି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.