ସ୍ୱପ୍ନରେ କୁଆ ଦେଖିବା କ’ଣ ହୋଇଥାଏ କି ଅଶୁଭ? ଜାଣନ୍ତୁ ସ୍ୱପ୍ନ ଶାସ୍ତ୍ରରେ କ’ଣ କହୁଛି ଏହାର ସଂକେତ
ସ୍ୱପ୍ନରେ ଆମେ ଏମିତି କିଛି କଥା ଦେଖିଥାଉଁ, ଯାହା ସମ୍ପର୍କରେ ସର୍ବଦା ଚିନ୍ତା କରିବାକୁ ପଡିଥାଏ । ସ୍ୱପ୍ନରେ ପ୍ରତ୍ୟେକ ଜିନିଷକୁ ଦେଖିବାର ଅର୍ଥ ରହିଛି । ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସମ୍ପର୍କରେ କୁହାଯାଇଛି । କେଉଁ ସ୍ୱପ୍ନ ଦେଖିଲେ କ’ଣ ଫଳ ମିଳିଥାଏ । ଏହାର ବି ସୂଚନା ଦିଆଯାଇଛି । ଆସନ୍ତୁ ଜାଣିବାକ ସ୍ପପ୍ନରେ କୁଆ ଦେଖିଲେ କ’ଣ ମିଳିଥାଏ ସଂକେତ ।
ସ୍ୱପ୍ନରେ କୁଆ ଦେଖିବା ହୋଇଥାଏ ଅଶୁଭ
ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ କୁଆକୁ ଦେଖିବା ଅଶୁଭ ହୋଇଥାଏ । ଏମିତି ଦେଖିଲେ ଝଗଡା ର ସୂଚନା ଦେଇଥାଏ ।
ସ୍ୱପ୍ନରେ ଉଡୁଥିବା କୁଆ ଦେଖିଲେ
ସ୍ୱପ୍ନରେ ଉଡୁଥିବା କୁଆ ଦେଖିଲେ ମଧ୍ୟ ଅଶୁଭ ହୋଇଥାଏ । ଏହା ମାନସିକ ଦୁଶ୍ଚିନ୍ତା ଆଣିବାର ସଂକେତ ଦେଇଥାଏ ।
ସ୍ୱପ୍ନରେ କୁଆ ଖୁମ୍ପିବା
ସ୍ୱପ୍ନରେ କୁଆ ଖୁମ୍ପିବା ବହୁତ ଅଶୁଭ ମନାଯାଇଥାଏ । କୁହାଯାଏ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ଆପଣଙ୍କ ଘରେ କାହାକୁ ରୋଗ ହେବାର ସଂକେତ ଦେଇଥାଏ । ପରିବାରର କୌଣସି ବ୍ୟକ୍ତିସାଂଘାତିକ ରୋଗରେ ପଡିବାର ସଂକେତ ଦେଇଥାଏ ।
କୂଆ ମୁଣ୍ଡ ଉପରେ ବସିଯିବା
ସ୍ୱପ୍ନରେ ଯଦି କୁଆ ଆପଣଙ୍କ କିଛି ସମ୍ପର୍କୀୟଙ୍କ ଉପରେ ବସିଯାଏ ତ ଏହା ଅଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ କୌଣସି ଶତ୍ରୁ ଆପଣଙ୍କ ଉପରେ ନଜର ରଖିଛି ।
ସ୍ୱପ୍ନରେ କୁଆ ସହ କଥା ହେବା
ଯଦି ଆପର ସ୍ୱପ୍ନରେ କୁଆ ସହ କଥା ହେଉଛନ୍ତି,ତେବେ ଏହାର ଅର୍ଥ କେହି ଆପଣଙ୍କ ଚୁଗୁଲି କରୁଛି । କିମ୍ବା ଆପଣଙ୍କ ନିକଟତର ବନ୍ଧୁ ଆପଣଙ୍କ ବିରୋଧରେ ଯାଉଛି ।