ହିନ୍ଦୁ ଧର୍ମ ଶାସ୍ତ୍ରନୁସାରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ଖାସ୍ ମହତ୍ତ୍ୱ ରହିଥାଏ। ଯାହା ବହୁତ ଗୁରୁତ୍ୱ ବହନ କରେ। ଆଉ ଏହି ମହତ୍ତ୍ୱ ସେମାନଙ୍କୁ ଅନ୍ୟ ଦେବାଦେବୀଙ୍କ ଠାରୁ ଅଲଗା କରିଥାଏ। ତେବେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଏଥିସହିତ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏବଂ ତାଙ୍କ ଆର୍ଶିବାଦ ଲାଭ କରିବା ପାଇଁ ତାଙ୍କୁ ଲୋକମାନେ ପୂଜା କରିଥାନ୍ତି। ଯେପରି ଶନିମହାରାଜ ପ୍ରସନ୍ନ ହେବେ। ତେବେ କିଛି ଲୋକଙ୍କ ପାଇଁ ଭଗବାନ ଶନି ଶୁଭ ହୋଇଥାନ୍ତି ତ କିଛି ଲୋକଙ୍କ ପାଇଁ ସେ ଅଶୁଭ ହୋଇଥାନ୍ତି । ତେବେ ହୁଏତ ବହୁତ କମ୍ ଲୋକଙ୍କୁ ଜଣାଥିବ ଯେ ଶନିଙ୍କ ପ୍ରତିମୂର୍ତ୍ତିକୁ କେବେବି ଘରର ଠାକୁର ଘରେ ରଖିବା ଉଚିତ ନୁହେଁ।
ହିନ୍ଦୁ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ଘରେ ରଖିବା ଦ୍ୱାରା ଶନିଦେବଙ୍କ ସିଧା ଦୃଷ୍ଟି ଘର ଉପରେ ପଡିଥାଏ । ଆଉ ମାନ୍ୟତା ରହିଛି ଯେ ଶନିଙ୍କ ସିଧା ଦୃଷ୍ଟି ବହୁତ ଅଶୁଭ ହୋଇଥାଏ । ଫଳରେ ଘରେ ଅଶାନ୍ତି ଏବଂ ସମସ୍ୟା ଲାଗି ରହିଥାଏ । ଖାସ୍ କରି ଏହି କାରଣରୁ ଶନିଦେବଙ୍କ ପ୍ରତିମୂର୍ତ୍ତି ଘରେ ରଖିବାକୁ ଶୁଭ ମାନିନଥାନ୍ତି ଲୋକେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଶନିଦେବଙ୍କୁ ଘରେ ନ ରଖିବାର ପୌରାଣିକ କାରଣ ମଧ୍ୟ ରହିଛି । ପୌରାଣିକ ଶାସ୍ତ୍ର ଅନୁସାରେ, ଶନିଦେବଙ୍କୁ ତାଙ୍କ ପତ୍ନି ଅଭିଶାପ ଦେଇଥିଲେ । ଥରେ ଶନିଦେବ ଧ୍ୟାନରେ ଥିବା ବେଳେ ତାଙ୍କୁ ପତ୍ନି ଧ୍ୟାନ ଭଗ୍ନ କରିବାକୁ ପ୍ରୟାଶ କରିଥିଲେ । କିନ୍ତୁ ସବୁ ପରେ ମଧ୍ୟ ଶନିଦେବଙ୍କ ଧ୍ୟାନ ଭାଙ୍ଗି ନଥିଲା ।
ଫଳରେ ଶନିଙ୍କ ପତ୍ନି ରାଗିଯାଇ ଶନିଦେବଙ୍କୁ ଅଭିଶାପ ଦେଇଥିଲେ । ସେ କହିଥିଲେ ଯିଏ ବି ଶନିଙ୍କୁ ଦେଖିବା କିମ୍ବା ଯାହା ଉପରେ ଶନିଙ୍କ ସିଧା ଦୃଷ୍ଟି ପଡିବ ସେମାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହେବ । ତେଣୁ ଏହି କାରଣରୁ ଶନିଙ୍କୁ ଘରେ ରଖି ପୂଜା କରାଯାଏ ନାହିଁ। ବରଂ ମନ୍ଦିରକୁ ଯାଇ ରାଶି ତେଲର ଦୀପକୁ ଅର୍ପଣ କରି ଶନିଦେବଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପୂଜା କରିଥାନ୍ତି ଲୋକେ।