ଖସୁଛି ତାପମାତ୍ରା, ଥରୁଛି ଓଡ଼ିଶା: ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଖସୁଛି ତାପମାତ୍ରା । ଥରୁଛି ଓଡ଼ିଶା । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ସେଲସିୟସ କମ୍‌ ରହୁଛି ।

କୋରାପୁଟ ସେମିଳିଗୁଡ଼ାରେ ରାତି ତାପମାତ୍ରା ୭ ଡିଗ୍ରି ସେଲସିୟସ ଓ କେନ୍ଦୁଝରରେ ୭.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଟୁଇନ ସିଟି ଭୁବନେଶ୍ୱରରେ ରାତି ତାପମାତ୍ରା ୧୩ ଡିଗ୍ରି ଓ କଟକରେ ୧୩.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.