ଉଡୁଥିବା ଡ୍ରୋନକୁ ଲମ୍ଫ ମାରି ଝାମ୍ପି ନେଲା ଛୁଆ କୁମ୍ଭୀର, ଦେଖନ୍ତୁ ଭିଡିଓ
ବିଗତ କିଛିବର୍ଷ ମଧ୍ୟରେ ଡ୍ରୋନର ବ୍ୟବହାର ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଇଗଲାଣି। ବିବାହ ହେଉ ଅବା ପାର୍ଟି କିମ୍ବା କୌଣସି ପ୍ରାକୃତିକ ସୁନ୍ଦରତା ଏବଂ ସହରର ଆକାଶ ମାର୍ଗରୁ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫର ଓ ଭିଡିଓଗ୍ରାଫର ଡ୍ରୋନର ସହାୟତା ନିଅନ୍ତି ।
ବନ୍ୟଜନ୍ତୁ ହୁଅନ୍ତୁ ଅବା ସେମାନଙ୍କର ଝଗଡା ଭିଡିଓ କରିବା ପାଇଁ ଭିଡିଓଗ୍ରାଫର ନିଜର ଜୀବନକୁ ମଧ୍ୟ ବାଜି ଲଗାଇଦିଅନ୍ତି। କିନ୍ତୁ ଏବେ ଡ୍ରୋନ ଆସିବା ପରେ ଜଙ୍ଗଲୀ ଜୀବଙ୍କ ନିକଟକୁ ଯିବାକୁ ପଡୁନି କିନ୍ତୁ ସେମାନଙ୍କ ଭିଡିଓ ନେଇ ହୋଇପାରୁଛି । ଏମିତି କରିବା ବହୁତ ସହଜ ହୋଇଗଲାଣି। କିନ୍ତୁ ଏହାର କିଛି ନକାରାତ୍ମକ ରହିଛି ।
ଏବେ ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଡ୍ରୋନ ଦ୍ୱାରା କୁମ୍ଭୀରର ଭିଡିଓ କରିବାକୁ ଚେଷ୍ଟା କରୁଥିବା ବେଳେ କିଭଳି କୁମ୍ଭୀର ଡ୍ରୋନକୁ ପାଣିରୁ ଝାମ୍ପି ନେଉଛି, ତାହା ଦେଖିବାକୁ ମିଳିଛି। ଭାଇରଲ ହେଉଥିବା ଏହି ଭିଡିଓରେ ଡ୍ରୋନ ଛୁଆ କୁମ୍ଭୀରର ସଟ୍ ନେଉଥିବା ବେଳେ ଏହାକୁ କୁମ୍ଭୀର ଝାମ୍ପି ନେଉଛି । ଡ୍ରୋନ କୁମ୍ଭୀର ପାଖରେ ଉଡୁଥିବା ସମୟରେ କୁମ୍ଭୀର ଏହାକୁ ଲମ୍ଫ ପ୍ରଦାନ କରି ଝାମ୍ପି ନେଉଛି ।
Using drones to capture wildlife video footage. 🐊😮 pic.twitter.com/RCdzhTcGSf
— H0W_THlNGS_W0RK (@HowThingsWork_) December 19, 2022
ଭିଡିଓରେ ଦେଖିବାକୁ ମିଳିଛି ଯେ, ପାଣିରେ ଥିବା କୁମ୍ଭୀର ନିକଟକୁ ଡ୍ରୋନ ଯିବାରୁ କିଛି ସେକେଣ୍ଡ ମଧ୍ୟରେ ଡ୍ରୋନକୁ ଝାମ୍ପି ନେଇ ପାଣିରେ ଫୋପାଡି ଦେଉଛି କୁମ୍ଭୀର। ଟ୍ଵିଟରରେ ଏହି ଭିଡିଓ @HowThingsWork ଆକାଉଣ୍ଟରୁ ସେୟାର କରାଯାଇଛି। କ୍ୟାପସନରେ ଲେଖାଯାଇଛି, ବନ୍ୟଜନ୍ତୁ ଭିଡିଓ ଫୁଟେଜ କ୍ୟାପଚର କରିବା ପାଇଁ ଡ୍ରୋନର ବ୍ୟବହାର କରନି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।