ଆପଣ ଜାଣିଛନ୍ତି କି ଦେଶରେ ସବୁଠାରୁ ସୁରକ୍ଷିତ ଏବଂ ଭରଷାଯୋଗ୍ୟ ବ୍ୟାଙ୍କ କେଉଁଟା, କେଉଁ ବ୍ୟାଙ୍କ ଆପଣଙ୍କ ପାଇଁ ସେଫେଷ୍ଟ କଣ ତାର ତାର ନାମ ଆପଣ ଜାଣିଛନ୍ତି। ଯେଉଁଠି ଆପଣଙ୍କର ଗୋଟେ ଗୋଟେ ଟଙ୍କା ବି ରହିବ ସେଫ୍। ରିଜର୍ଭ ବ୍ୟାଙ୍କ ଏବେ ଦେଶର ସବୁଠାରୁ ସୁରକ୍ଷିତ ଏବଂ ଭରଷାଯୋଗ୍ୟର ନାମକୁ ଜାରି କରିଛି। ଏହି ବ୍ୟାଙ୍କ ଗ୍ରାହକ ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏତେ ଜରୁରୀ ଯେ ଯଦି ଏହି ବ୍ୟାଙ୍କକୁ କୌଣସି କ୍ଷତି ବି ହୋଇଥାଏ ନା ତେବେ ତାର ପ୍ରଭାବ ସାରା ଦେଶରେ ପଡିବ। ଆରବିଆଇ ଡୋମେଷ୍ଟିକ ସିଷ୍ଟମକାଲୀ ଇମ୍ପୋଣ୍ଟେଟ ବ୍ୟାଙ୍କ ୨୦୨୨ର ଲିଷ୍ଟ ଜାରି କରିଛି। ଯେଉଁଥିରେ ଏକ ସରକାରୀ ଏବଂ ୨ଟି ପ୍ରାଇଭେଟ ସେକ୍ଟରର ନାମ ସାମିଲ ରହିଛି। ବର୍ଷ ୨୦୨୨ର ଲିଷ୍ଟରେ ଗତ ବର୍ଷ ୨୦୨୧ ଲିଷ୍ଟରେ ଥିବା ନାମ ବି ସାମିଲ ରହିଛି।
ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ୨୦୨୨ର ଏହି ଲିଷ୍ଟରେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ବ୍ୟତୀତ ବ୍ୟକ୍ତିଗତ କ୍ଷେତ୍ରର ଏଚଡିଏଫସି ଏବଂ ଆଇସିଆଇସିଆଇର ନାମ ମଧ୍ୟ ସାମିଲ ରହିଛି। ଡୋମେଷ୍ଟିକ ସିଷ୍ଟମିକାଲୀ ଇମ୍ପୋଟେଣ୍ଟ ବ୍ୟାଙ୍କର ଏହି ଲିଷ୍ଟରେ ଏମିତି ନାମକୁ ସାମିଲ କରାଯାଇଛି, ଯାହା ବୁଡିଯିବା କିମ୍ବା ଫେଲ ହେବା ଦ୍ୱାରା ସମ୍ପୂର୍ଣ୍ଣ ଫାଇନାନ୍ସିଆଲ ସିଷ୍ଟମ ଉପରେ ଗମ୍ଭୀର ପ୍ରଭାବ ପଡିପାରେ। ଏହି ବ୍ୟାଙ୍କ ଉପରେ ଆରବିଆଇର ଖାସ୍ ନଜର ରହିଥାଏ ଏବଂ ବ୍ୟାଙ୍କ ବୁଡିଯିବାର ଭୟ ରହିନଥାଏ।
ରିଜର୍ଭ ବ୍ୟାଙ୍କର ଏହି ସୂଚିରେ ସାମିଲ ଥିବା ବ୍ୟାଙ୍କ ଗୁଡିକ ଉପରେ କଡା ନଜର ରହିବ। ଏମିତି ବ୍ୟାଙ୍କକୁ ରିସ୍କ ୱେଟେଡ ଆସେଟର କିଛି ଅଂଶ ଟିୟର-୧ ଇକ୍ୱିଟୀ ରୂପେ ରଖିବା ଜରୁରୀ ହୋଇଥାଏ। ଆରବିଆଇ ଅନୁସାରେ ଏସବିଆଇକୁ ନିଜ ରିସ୍କ ୱେଟେଡ ଆସେଟର ୦.୬୦ ପ୍ରତିଶତ ଅଂଶ ଟିୟର-୧ ଇକ୍ୱିଟୀ ରୂପେ ରଖିବା ଜରୁରୀ। ଯେବେକି ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ପାଇଁ ଏହି ଅଂଶ ତାର ରିସ୍କ େଓ୍ଵଟେଡ ଆସେଟର ୦.୨୦ ପ୍ରତିଶତ।
କାହିଁକି ଜରୁରୀ ଏହି ଲିଷ୍ଟ
ଆରବିଆଇ ବର୍ଷ ୨୦୧୫ରେ ଏମିତି ବ୍ୟାଙ୍କର ଲିଷ୍ଟ ଜାରି କରିଥାଏ, ଯାହା ଦେଶର ଫାଇନାନ୍ସିଆଲ ସିଷ୍ଟମ ଏବଂ ଅର୍ଥବ୍ୟବସ୍ଥା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏବଂ ତାଉପରେ କଡା ନଜର ବି ରହିଥାଏ। ରିଜର୍ଭ ବ୍ୟାଙ୍କ ପ୍ରତି ବର୍ଷ ଅଗଷ୍ଟରେ ବ୍ୟାଙ୍କର ସେବା ଏବଂ ତାର କାରବାର ହିସାବରେ ରେଟିଙ୍ଗ କରିଥାଏ। ଏବଂ ସବୁଠାରୁ ଜରୁରୀ ବ୍ୟାଙ୍କର ଲିଷ୍ଟ ପ୍ରସ୍ତୁତ କରିଥାଏ। ଏବେ ପର୍ଯ୍ୟନ୍ତ ଏହି ଲିଷ୍ଟରେ ତିନୋଟି ବ୍ୟାଙ୍କ ହିଁ ସାମିଲ ହୋଇପାରିବ। ଲିଷ୍ଟରେ ସାମିଲ ବ୍ୟାଙ୍କର ବୁଡିଯିବାର ଭୟ ରହିନଥାଏ ଏବଂ ଆବଶ୍ୟକ ପଡିଲେ ସରକାର ମଧ୍ୟ ଏହାର ସାହାଯ୍ୟ କରିବାକୁ ରେଡି ରହିଥାନ୍ତି।
ଆରବିଆଇର ଏହି ସୂଚିରେ ସାମିଲ ବ୍ୟାଙ୍କକୁ ମାର୍ଚ୍ଚ, ୨୦୨୨ ପର୍ଯ୍ୟନ୍ତ ପ୍ରଦର୍ଶନ ଆକାରରେ ଚୟନ କରାଯାଇଛି। ବର୍ଷ ୨୦୧୫ ଏବଂ ୨୦୧୬ରେ ଆରବିଆଇ କେବଳ ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ହିଁ ଏହି ସୂଚିରେ ସାମିଲ କରାଯାଇଥିଲା। ପରେ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତର ସଂଖ୍ୟାକୁ ଦେଖି ଏଚଡିଏଫସି ବ୍ୟାଙ୍କକୁ ମଧ୍ୟ ସାମିଲ କରାଯାଇଛି। ୨୦୧୫ରେ ଜାରି ପ୍ରଥମ ସୂଚିରେ କେବଳ ଦୁଇଟି ନାମ ହେବା ଦ୍ୱାରା ଗ୍ଲୋବାଲ ରେଟିଙ୍ଗ ଏଜେନ୍ସୀ ମୁଡିଜ୍ ମଧ୍ୟ ପ୍ରଶ୍ନ ପଚାରିଥିଲା।