ଭୁବନେଶ୍ବର: ଶ୍ରେୟ ପାଇଁ ହୋଇଥିବା ଶ୍ରମ ବ୍ୟର୍ଥ ଗଲା, ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ବଡ଼ ଆୟାଜନ କରିଛନ୍ତି । ବିଦେଶୀ ଖେଳାଳି ଓ ସେମାନଙ୍କ ସହ ଆସିଥିବା ଟିମ୍ ଓଡିଶାରୁ କିପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।  ବିଶ୍ଵକପ ହକି କଭରେଜ ପାଇଁ ଭୁବନେଶ୍ବର ଆସିଥିବା କୋରିଆ ଦେଶର ଫୋଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ଘଟିଛି ଡୁମୁଡୁମା ଅଞ୍ଚଳରେ। ଗତକାଲି ରାତି ସାଢେ଼ ୮ଟାରେ କୋରିଆ ହକି ଟିମ୍ ସହ ଆସିଥିବା ଜଣେ ଫଟୋ ସାମ୍ବାଦିକ ଚା ପିଇବାକୁ ରାସ୍ତାକଡ ଡ୍ରେନ ଉପରେ ଚା ଦୋକାନ କରିଥିବା ଜଣେ ମହିଳାଙ୍କ ପାଖକୁ  ଯାଇଥିଲେ।  ସେ ମହିଳାଙ୍କ ସହ କଥା ହୋଇ ତାଙ୍କ ଫୋଟ ଉଠାଉଥିବା ବେଳେ ବିଦେଶୀ ଫଟୋ ସାମ୍ବାଦିକ ଜନକ ମୁକୁଳା ନାଳରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଠାଇ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ ।  ହେଲେ ଦେଢ଼ ଘଣ୍ଟା ଧରି ଆମ୍ବୁଲାନ୍ସ ନ ଆସିବା ଫଳରେ ସାମ୍ବାଦିକଙ୍କୁ ଏକ କାରରେ ଲିଫ୍ଟ ଦେଇ ମେଡିକାଲକୁ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.