ଆଜି ଏହି ରାଶିଙ୍କୁ ମିଳିବ ଟଙ୍କା ରୋଜଗାର କରିବାର ଅବସର; ଜାଣନ୍ତୁ ଅନ୍ୟମାନଙ୍କର କେମିତି କଟିବ ଦିନ

ମେଷ: ଆଜିର ଦିନ ଆପଣ ଟଙ୍କା ରୋଜଗାର କରିବାର ଅନେକ ଅବସର ପାଇବେ। ଜଣେ ବନ୍ଧୁଙ୍କ ସହ ଆପଣଙ୍କର ଭେଟ ହୋଇପାରେ। କାହା କଥାରେ ପଡ଼ନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ମନ ଲଗାନ୍ତୁ। କୋର୍ଟ ଏବଂ କଚେରୀ କାମ ମନ ଅନୁକୂଳ ରହିବ।

ବୃଷ: କେବଳ ସକାରାତ୍ମକ ଚିନ୍ତାଧାରା ମନକୁ ଆସିବାକୁ ଦିଅନ୍ତୁ। କିଛି କିଣିବା ପୂର୍ବରୁ ଆପଣଙ୍କ ପାଖରେ ଥିବା ଜିନିଷ ଗୁଡିକୁ ପ୍ରଥମେ ବ୍ୟବହାର କରନ୍ତୁ। ଛୋଟ ପିଲାମାନେ ଆପଣଙ୍କୁ ବ୍ୟସ୍ତ ରଖିବେ। ପ୍ରେମ ମାମଲାରେ ଶୀଘ୍ର ପଦକ୍ଷେପ ନେବା ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବ। ଅଫିସ୍ କାର୍ଯ୍ୟରେ ଆପଣଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଆସିପାରେ। ଆପଣ ନିଜ କାର୍ଯ୍ୟରେ କୌଣସି ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଫାଇଦା ଦେଇ ପାରେ।

କର୍କଟ: ଆଜିର ଦିନ ଗାଈକୁ ରୁଟି ଖୁଆନ୍ତୁ, ଆପଣଙ୍କ ପ୍ରେମ ସମ୍ପର୍କରେ ମଧୁରତା ଆସିବ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଏକ ଖାସ୍‌ ଦିନ ହେବାକୁ ଯାଉଛି। ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟ ଲାଭପ୍ରଦ ରହିବ।

ସିଂହ: ଆଉଟ୍‌ଡୋର ଖେଳ ଆପଣଙ୍କୁ ଆକର୍ଷିତ କରିବ। ଧ୍ୟାନ ଏବଂ ଯୋଗ ଆପଣଙ୍କୁ ଲାଭ ପହଞ୍ଚାଇବ। ଅଟକି ରହିଥିବା ଧନ ପ୍ରାପ୍ତ ହେବ ଏବଂ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଆପଣ ନିଜ ଘରେ କିମ୍ବା ଏହା ଆଖ ପାଖରେ କିଛି ବଡ଼ ପରିବର୍ତ୍ତନ କରିପାରନ୍ତି।

କନ୍ୟା: ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ପଇସା ଲେଣଦେଣ ପାଇଁ ଦିନଟି ଭଲ ହେବ। ଆଜି ଆପଣ ନୂତନ ଲୋକଙ୍କୁ ଭେଟି ପାରନ୍ତି। ଲୋକ ମାନେ ଆପଣଙ୍କ ବ୍ୟବହାରରେ ବହୁତ ପ୍ରଭାବିତ ହେବେ।

ତୁଳା: ଆଜି ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ। ଯଦି ଆପଣ ନିଜ ଜୀବନରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତ ତୁରନ୍ତ ପଦକ୍ଷେପ ନେବା ଲାଭଦାୟକ ହେବ।

ବିଛା: ସାଙ୍ଗମାନଙ୍କ ସହିତ ମତଭେଦ ଯୋଗୁ ଆପଣ ନିଜର କ୍ରୋଧ ସମ୍ଭାଳି ପାରିବେ ନାହିଁ। ଦୀର୍ଘକାଳୀନ ନିବେଶଠାରୁ ଦୂରେଇ ରୁହନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇ କିଛି ଖୁସିର ମୁହୂର୍ତ୍ତ ବିତାନ୍ତୁ।

ଧନୁ: ଆଜି ଆପଣଙ୍କ ପାଇଁ ଦିନଟି ବହୁତ ବଢ଼ିଆ ହେବାକୁ ଯାଉଛି। ଆପଣଙ୍କର ସମସ୍ତ କାମ ଆପଣଙ୍କ ମନ ମୁତାବକ ସମାପ୍ତ ହେବ। ଆପଣ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ପାରିବାରିକ ସମ୍ପର୍କ ମତଭୁତ ହେବ। ଯେଉଁ ଛାତ୍ରମାନେ ଇଞ୍ଜିନିୟରିଂ କରୁଛନ୍ତି, ସେମାନଙ୍କ ପାଇଁ ଆଜି ଶୁଭ ଦିନ ହେବ।

ମକର: ଆଜି ଆପଣ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି ଅଫିସରେ ପଦୋନ୍ନତି ପାଇବେ ଏବଂ ଆପଣଙ୍କ ନୂଆ ବିଚାରଧାରାର ପ୍ରଶଂସା ହେବ। ଜୀବନସାଥୀଙ୍କ ସହିତ କେଉଁଆଡ଼େ ବୁଲିବାକୁ ଯାଇପାରନ୍ତି। ଅବିବାହିତ ଲୋକମାନଙ୍କର ବିବାହ ପ୍ରସ୍ତାବ ଆସିପାରେ।

କୁମ୍ଭ: ବେକାର ଚିନ୍ତାଧାରାରେ ଆପଣଙ୍କ ଶକ୍ତି ନଷ୍ଟ କରନ୍ତୁ ନାହିଁ, ବରଂ ଏହାକୁ ଠିକ୍ ଦିଗରେ ଲଗାନ୍ତୁ। ଅତିରିକ୍ତ ଆୟ ପାଇଁ ନିଜର ସୃଜନଶୀଳ ବିଚାରର ସହାୟତା ନିଅନ୍ତୁ। ନିଜ ଜୀବନସାଥୀ ସହିତ ନିଜର ଗୋପନୀୟ ସୂଚନା ବାଣ୍ଟିବା ପୂର୍ବରୁ ଥରେ ଭାବି ନିଅନ୍ତୁ।

ମୀନ: ଆଜି ଆପଣଙ୍କ ଦିନ ଲାଭଦାୟକ ରହିବ। ସନ୍ତାନର ସାହାଯ୍ୟରେ କୌଣସି ବଡ଼ କାମ ପୂରା ହୋଇଯିବ। ପିତାମାତାଙ୍କ ସହଯୋଗ ମଧ୍ୟ ବଜାୟ ରହିବ। ସନ୍ଧ୍ୟାରେ ପିତାମାତାଙ୍କ ସହିତ କୌଣସି ଏକ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି। ନିଜ ଲୋକଠାରୁ ବଡ଼ ଖୁସି ଖବର ମିଳି ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.