ରାଉରକେଲା (କେନ୍ୟୁଜ): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା। ରାଉରକେଲା ଜୟପ୍ରକାଶ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଚିକିତ୍ସା ଅବେହେଳାରୁ ଯୁବକଙ୍କ ମୁତ୍ୟୁ ଅଭିଯୋଗ ଆଣିଲେ ରୋଗୀଙ୍କ ପରିବାର ଲୋକ। ମୃତକ ଚନ୍ଦନ ଦଳେଇ ଗତକାଲି କାମକୁ ଯାଉଥିବା ବେଳେ ହନୁମାନ ବଟିକା ଛକ ନିକଟରେ ଟ୍ରକ ସହ ଚନ୍ଦନ ଦଳାଇଙ୍କ ବାଇକର ଦୁର୍ଘଟଣା ହୋଇଥିଲା। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପରେ ତାଙ୍କୁ ରାଉରକେଲା ଜୟ ପ୍ରକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ଆଜି ହସ୍ପିଟାଲ ପରିସରରେ ଉତ୍ତେଜନା ସହିତ ଭଙ୍ଗାରୁଜା ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତିନି ଘଣ୍ଟା ଡେରିରେ ପହଞ୍ଚିଥିଲେ। ମୃତଦେହ ନେବାକୁ ପରିବାର ୫୦ ହଜାର ଟଙ୍କା ଦାବି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।