Below header

ନେପାଳର ଗଣ୍ଡକୀ ନଦୀରୁ ମିଳିଲା ବିଶାଳ ଶାଳଗ୍ରାମ ଶିଳା; ଏଥିରୁ ନିର୍ମାଣ ହୋଇପାରେ ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମୂର୍ତ୍ତି

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେପଟେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ନେଇ ବି ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଛି। ଏହାରି ଭିତରେ ନେପାଳର ଗଣ୍ଡକୀ ନଦୀରୁ ମିଳିଛି ଏକ ବିଶାଳ ଶାଳଗ୍ରାମ ଶିଳା, ଯେଉଁଥିରୁ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଶିଳାକୁ ଆଣିବା ପାଇଁ ମନ୍ଦିର ଟ୍ରଷ୍ଟ୍‍ର ସଦସ୍ୟମାନେ ୨୮ ଜାନୁୟାରୀରେ ନେପାଳର ଜନକପୁର ଗସ୍ତ କରିବେ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ୨୦୨୪ ଜାନୁୟାରୀ ସୁଦ୍ଧା ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଏମିତିରେ ଭଗବାନଙ୍କ ବାଳସ୍ୱରୂପ ମୂର୍ତ୍ତି କିପରି ହେବ, ତାହାକୁ ନେଇ ବି ଲୋକଙ୍କ ମଧ୍ୟରେ ଢେର୍‌ ଉତ୍ସାହ ରହିଛି। ବିଶେଷଜ୍ଞ ଶିଳ୍ପୀକାରଙ୍କ ପ୍ୟାନେଲ ଫାଇନାଲ୍‌ କରିବା ପରେ ଉପଯୁକ୍ତ ମୂର୍ତ୍ତି ତିଆରି କାମ ଆରମ୍ଭ ହେବ।

ଏହାରି ଭିତରେ ନେପାଳର ଗଣ୍ଡକୀ ନଦୀରୁ ମିଳିଥିବା ଶାଳଗ୍ରାମ ଶିଳାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ଯେ ଅଯୋଧ୍ୟାରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଏହାକୁ ଚୟନ କରାଯାଇପାରେ। 7×5 ଫୁଟ୍‌ର ଏହି ଶିଳାକୁ ନଦୀରୁ ବାହାର କରାଯିବା ପରେ ନେପାଳର ପ୍ରତ୍ନତତ୍ତ୍ୱ ବିଶେଷଜ୍ଞମାନେ ନିରୀକ୍ଷଣ କରିଛନ୍ତି। ଶିଳାକୁ ଆଣିବା ପାଇଁ ୨୮ ଜାନୁୟାରୀରେ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ନେପାଳରେ ପହଞ୍ଚିବେ।

କହି ରଖୁଛୁ, ଶାଳଗ୍ରାମ ଶିଳା ନେପାଳର ଗଣ୍ଡକୀ ନଦୀରେ ମିଳିଥାଏ। ଏହି ଶିଳାକୁ ଲୋକେ ଘରେ ରଖି ପୂଜାର୍ଚ୍ଚନା ମଧ୍ୟ କରନ୍ତି ଏବଂ ଏଥିରୁ ଭଗବାନଙ୍କ ମୂର୍ତ୍ତି ନିର୍ମାଣ ହୋଇଥାଏ। କିନ୍ତୁ ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ମୂର୍ତ୍ତି ପାଖାପାଖି ୫.୫ ଫୁଟ୍‌ର ହେବ। ଏହାର ତଳ ଭାଗରେ ୩ ଫୁଟ୍‌ର ପେଡେଷ୍ଟ୍ରିୟାଲ ମଧ୍ୟ ରହିବ।

ସେହିପରି ରାମନବମୀରେ ସୂର୍ଯ୍ୟଙ୍କ କିରଣ ଯେପରି ପ୍ରଭୁଙ୍କ ମୂର୍ତ୍ତିର ମଥା ଉପରେ ପଡ଼ିବ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ନିର୍ମାଣ ଜରୁରୀ। ଏଥି ସହିତ ପାଖାପାଖି ୩୦ ଫୁଟ୍‌ ଦୂରରୁ ପ୍ରଭୁଙ୍କ ଦର୍ଶନ କରାଯିବ। ତେଣୁ ଶିଳାର କ୍ୱାଲିଟି ଭଲ ହେବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.