SBI ନିଯୁକ୍ତି ୨୦୨୩: BPO ସେଣ୍ଟର ପାଇଁ ଅଭିଜ୍ଞ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ଵାନ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ; ଏଠାରେ ଜାଣନ୍ତୁ ପ୍ରକ୍ରିୟା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) କଷ୍ଟମର ସର୍ଭିସ୍ BPO/କାପ୍ଟିଭ୍ BPO ସେଣ୍ଟରରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ବ୍ୟାଙ୍କର େଓ୍ଵବ୍ସାଇଟ https://bank.sbi/web/careers/ ରେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ ୯ ଫେବୃୟାରୀ, ୨୦୨୩ ସୁଦ୍ଧା ଅନଲାଇନ୍ ଆବେଦନ କରିପାରିବେ।
ଏସ୍ବିଆଇ ନିଯୁକ୍ତି ୨୦୨୩: ପଦର ବିବରଣୀ
-ଉପାଧ୍ୟକ୍ଷ (ପରିବର୍ତ୍ତନ): ୧
-ପ୍ରୋଗ୍ରାମ ମ୍ୟାନେଜର: ୪
-ପ୍ରବନ୍ଧକ ଗୁଣାବତ୍ତା ଏବଂ ପ୍ରଶିକ୍ଷଣ: ୧
-କମାଣ୍ଡ ସେଣ୍ଟର ମ୍ୟାନେଜର: ୩
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାଇଁ ଯୋଗ୍ୟତା
-ଉପାଧ୍ୟକ୍ଷ (ପରିବର୍ତ୍ତନ): ବିସିଏ/ବିଏସ୍ସିରେ ଗ୍ରାଜୁଏଟ୍ (କମ୍ପ୍ୟୁଟର ସାଇନ୍ସ)। ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାନରୁ ବିଟେକ୍ (କମ୍ପ୍ୟୁଟର ସାଇନ୍ସ/ଇନ୍ଫର୍ମେସନ ଟେକ୍ନୋଲୋଜି)।
-ପ୍ରୋଗ୍ରାମ ମ୍ୟାନେଜର: ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାନରୁ ବିସିଏ/ବିଏସ୍ସିରେ ଗ୍ରାଜୁଏଟ୍ (କମ୍ପ୍ୟୁଟର ସାଇନ୍ସ/ଇନ୍ଫର୍ମେସନ ଟେକ୍ନୋଲୋଜି)।
-ପ୍ରବନ୍ଧକ ଗୁଣାବତ୍ତା ଏବଂ ପ୍ରଶିକ୍ଷଣ: କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅନିବାର୍ଯ୍ୟ।
-କମାଣ୍ଡ ସେଣ୍ଟର ମ୍ୟାନେଜର: କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅନିବାର୍ଯ୍ୟ।
State Bank of India is recruiting professionals with experience across customer service BPO/in captive BPO Centre.
To apply, visit: https://t.co/DHpfIv9dlyHurry up! Registration closes soon.#JoinSBIFamily #SBI #StateBankofIndia #AmritMahotsav pic.twitter.com/QwSYJXerj6
— State Bank of India (@TheOfficialSBI) January 24, 2023
ଆବେଦନ କରିବାର ପ୍ରକ୍ରିୟା
-https://bank.sbi/web/careers/କୁ ଯାଆନ୍ତୁ।
-ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିଜ୍ଞପ୍ତି ଖୋଜନ୍ତୁ।
-ବିଜ୍ଞପ୍ତିରେ ସମସ୍ତ ସୂଚନା ପଢ଼ନ୍ତୁ।
-ଆବେଦନ କରନ୍ତୁ ଏବଂ ଆବେଦନ ପତ୍ର ଜମା କରନ୍ତୁ।