ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ: ଗାଁ ଦାଣ୍ଡରେ ଉଲଗ୍ନ କରି ଘୋଷାଡ଼ି ମାରିଲେ

ଦେବଗଡ଼ (କେନ୍ୟୁଜ): ବାରକୋଟ ଥାନା ଅନ୍ତର୍ଗତ ଦେପତଲା ଗ୍ରାମରେ ଅନ୍ଧ ବିଶ୍ୱାସର କରୁଣ ଚିତ୍ର l ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ଗ୍ରାମବାସୀ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଗ୍ରାମବାସୀ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଦମ୍ପତି ହେଲେ ଭୂୟାଁଣୀ ମହାକୁଳ ଓ ଦେବାନନ୍ଦ ମହାକୁଳ।

ସୂଚନା ଅନୁସାରେ, ଗାଁର ଗଣ୍ଡ ପ୍ରଧାନଙ୍କ ସ୍ତ୍ରୀ ତୁଳସୀ କିଛିଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାରେ ଥିଲେ । ଭୂୟାଁଣୀ ମହାକୁଳ ତାଙ୍କୁ ଗୁଣି କରୁଥିବା ସନ୍ଦେହ କରି ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଗତକାଲି ବୈଠକ ପାଇଁ ଗ୍ରାମବାସୀ ତାଙ୍କୁ ଡାକିବାକୁ ଆସିଥିଲେ । ହେଲେ ଭୂୟାଁଣୀ ଯିବାକୁ ମନା କରିବାରୁ ଗାଁର କିଛି ମହିଳା ତାଙ୍କୁ ଜୋରଜବରଦସ୍ତ ବୈଠକ ସ୍ଥଳକୁ ନେଇଯାଇଥିଲେ । ପରେ ସ୍ବାମୀ ଦେବାନନ୍ଦ ମହାକୁଳ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବାକୁ ଉଦ୍ୟମ କରିଥିଲେ । ହେଲେ ଗାଁ ଲୋକ ଭୂୟାଁଣୀଙ୍କୁ ଡାହାଣୀ କହି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଇଟା, ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ପ୍ରବଳ ମାଡ଼ ମାରିବା ସହ ଉଭୟଙ୍କୁ ଉଲଗ୍ନ କରିଦେଇଥିଲେ ଗାଁ ଲୋକେ । ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.