ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରାଗଲା ଏୟାରଲିଫ୍ଟ : ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ୱତନ୍ତ୍ର ବିମାନରେ ଅଣାଯାଉଛି

ଝାରସୁଗୁଡ଼ା (କେନ୍ୟୁଜ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଅଣାଯାଉଛି ।

ସୂଚନା ଅନୁସାରେ ବ୍ରଜରାଜନଗର ଗାନ୍ଧି ଛକରେ ଜଣେ ASI ତାଙ୍କୁ ଗୁଳିମାଡ଼ କରିଛି। ASI ଗୋପାଳ କୃଷ୍ଣ ଦାସ ନବ ଦାସଙ୍କ ଉପରେ ଗୁଳି ଚଳାଇଛି। ଏନେଇ ସୂଚନା ଦେଇଛନ୍ତି ବ୍ରଜରାଜନଗର SDPO । ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୋଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି। ତାଙ୍କ ଛାତିରେ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ନବ ଦାସଙ୍କୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଉଛି ।