ଲାଞ୍ଚ ମାମଲାରେ ପୋଲିସ୍‌ ସବ୍‌ ଇନ୍‌ସପେକ୍ଟରଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ

ମୟୁରଭଞ୍ଜ (କେନ୍ୟୁଜ୍‌) : ପୋଲିସ୍‌ ସବ୍‌ ଇନ୍‌ସପେକ୍ଟରଙ୍କୁ ଜେଲ ଦଣ୍ଡ। ଲାଞ୍ଚ ମାମଲାରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ପୂର୍ବତନ ଏସ୍‌ଆଇଙ୍କୁ ୫ବର୍ଷ ଜେଲଦଣ୍ଡାଦେଶ। ଦଣ୍ଡ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହା ସହ ୪୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ୨ ମାସ ଜେଲ ଦଣ୍ଡ ରହିଛି।

୨୦୧୫ ଏପ୍ରିଲ ୧୪ ତାରିଖରେ ଖୁଣ୍ଟା ଥାନା ଏସ୍‌ଆଇ ହୃଷୀକେଶ ପଶ୍ଚିମକବାଟ ୭ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ଦ୍ୱାରା ଗିରଫ ହୋଇଥିଲେ। ଏକ ଯୌତୁକ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ରିପୋର୍ଟ ଦେବାକୁ ନେଇଥିଲେ ଲାଞ୍ଚ। ଯୋଜନା ମୁତାବକ ୭ହଜାର ଟଙ୍କା ଏସଆଇ ନେଉଥିବା ସମୟରେ ଚଢାଉ କରାଯାଇ ଲାଞ୍ଚ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଏହି ମାମଲାର ବିଚାର କରି ଆଜି ରାୟ ଶୁଣାଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ। ବର୍ତ୍ତମାନ ସେ ବାଲେଶ୍ୱର ଟ୍ରାଫିକ ଥାନାରେ କାର୍ଯ୍ୟରତ ଥିବା ବେଳେ ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଏସ୍‌ଆଇଙ୍କୁ ଗିରଫ କରି ବାରିପଦା ମଣ୍ଡଳ କାରାଗାରକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.