ଗୁଡ୍ ନ୍ୟୁଜ୍ ଇଣ୍ଡିଆର ୧୦୭ ଛାତ୍ରଛାତ୍ରୀ , ପରୀକ୍ଷା ଦେବାକୁ ନେଇ ବଢ଼ିଛି ଚିନ୍ତା

ନବରଙ୍ଗପୁର (କେନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲାର ୧୦୭ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହୋଇଯାଉଛି। ଅନାଥ ଶିଶୁ ଏବେ ଅସହାୟ ହୋଇପଡିଛନ୍ତି। ଗତ ଏକ ମାସ ତଳେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ହଷ୍ଟେଲରୁ ୧୦୭ଜଣ ଶିଶୁଙ୍କୁ ଉଦ୍ଧାର କରି ନିଜ ଘରକୁ ପଠାଇଥିଲା ଜିଲ୍ଲା ପ୍ରଶାସନ । ଆଗକୁ ସେମାନଙ୍କ ପରୀକ୍ଷା ଥିବାରୁ ପରୀକ୍ଷା କେମିତି ଦେବେ ସେନେଇ ଚିନ୍ତାରେ । ଏନେଇ ଗତକାଲି ସେମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । ସେମାନଙ୍କୁ ଥଇଥାନ କରି ପରୀକ୍ଷା ଦେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ସେପେଟେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.