ସଡ଼କ ଦୁର୍ଘଟଣା : ହାଇୱାକୁ ପିଟିଲା ଯାତ୍ରୀବାହୀ ବସ : ୩୦ରୁ ଉର୍ଦ୍ଧ୍ଵ ଆହତ

କରଞ୍ଜିଆ (କେନ୍ୟୁଜ): କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ବାମନାସାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହେଇଯାଇଛି । କଲ୍ଯାଣି ବସ ହାତୀବାରିରୁ କରଞ୍ଜିଆ ଆସୁଥିବା ସମୟରେ ଦୁର୍ଘଟଣା ହେଇଯାଇଛି । ବସ ଏବଂ ଟ୍ରକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳ ରେ ୩୦ରୁ ଉର୍ଦ୍ଧ୍ଵ ଆହତ ହେଇଛନ୍ତି । ଦୁର୍ଘଟଣା ସ୍ଥାନରେ କରଞ୍ଜିଆ ପୋଲିସ ଏବଂ ୧୦୮ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ଆହତ ଥିବା ଲୋକମାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.