ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ କଲା ୨୫୫/୪; ଶତକ ଯୋଡ଼ିଲେ ଉସମାନ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନର ସମାପ୍ତି ପରେ ଅଷ୍ଟ୍ରେଲିଆ ୪ ୱିକେଟରେ ୨୫୫ ରନ୍ ସଂଗ୍ରହ କରିଛି।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନର ସମାପ୍ତି ପରେ ଅଷ୍ଟ୍ରେଲିଆ ୪ ୱିକେଟରେ ୨୫୫ ରନ୍ ସଂଗ୍ରହ କରିଛି।
ଅହମ୍ମଦାବାଦ ଟେଷ୍ଟର ପ୍ରଥମ ଦିନ ଉସମାନ ଖାୱାଜା ବଢ଼ିଆ ପ୍ରଦର୍ଶନ କରିଛନ୍ତି। ସେ ଏକ ଜବରଦସ୍ତ ଶତକ ଯୋଡ଼ି ଟିମ୍ ଇଣ୍ଡିଆକୁ ବ୍ୟାକଫୁଟରେ ରଖିଛନ୍ତି। ପ୍ରଥମ ଦିନର ଖେଳ ସମାପ୍ତି ପରେ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୨୫୫ ରନ୍ ସଂଗ୍ରହ କରିଛି। ଉସମାନ ୧୦୪ ରନ୍ ଏବଂ କ୍ୟାମେରନ୍ ଗ୍ରୀନ୍ ୪୯ ରନରେ ଅପରାଜିତ ଅଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ଏହା ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ବର୍ତ୍ତମାନ ଭାରତୀୟ ଦଳ ସିରିଜରେ ୨-୧ରେ ଆଗରେ ରହିଛି।
ପ୍ରଥମ ଦିନ ଖେଳରେ ଉସମାନ ଏକ ଚମତ୍କାର ଶତକ ହାସଲ କରି ନଟଆଉଟ ଫେରିଛନ୍ତି। ଏହି ସମୟରେ ସେ ୨୫୧ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୧୫ଟି ଚୌକା ମାରିଥିଲେ। ଏହିପରି କ୍ୟାମେରନ୍ ଗ୍ରୀନ୍ ୬୪ ବଲରେ ୪୯ ରନ୍ ସଂଗ୍ରହ କରିଛନ୍ତି। ଗ୍ରୀନ୍ ନିଜର ଇନିଂସରେ ୮ଟି ଚୌକା ମାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଖେଳାଳିଙ୍କ ମଧ୍ୟରେ ୮୫ ରନର ଭାଗିଦାରୀ ହୋଇଛି।
An unbeaten 85-run stand between Khawaja and Green has put Australia in control.#WTC23 | #INDvAUS | 📝 https://t.co/VJoLfVSeIF pic.twitter.com/9Xu5aPnDLZ
— ICC (@ICC) March 9, 2023