ସାଇକେଲ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ କନେଷ୍ଟବଳଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ଦୁର୍ଘଟଣା ହୋଇଛି। ଟ୍ରକ୍ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି।

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ଦୁର୍ଘଟଣା। ଟ୍ରକ୍ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା ।

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳ ମୃତ୍ୟୁ ଘଟିଛି । ମୃତ କନେଷ୍ଟବଳ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଜସିପୁର ଅଞ୍ଚଳର ରଘୁନାଥ ମୂର୍ମୁ । ସାଇକେଲ ଯୋଗେ ରାସ୍ତାରେ ଯାଇଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.