ଆଜିଠୁ ୨୪ ଘଣ୍ଟା କାମ କରିବ କାଳିଆ କଲ୍‌ ସେଣ୍ଟର , ଚାଷୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ୨୪ ଘଣ୍ଟା କାମ କରିବ କାଳିଆ କଲ୍‌ ସେଣ୍ଟର । କାଳିଆ ସେଣ୍ଟର ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଜାନୁଆରୀ ୫ରୁ ଖୋଲାଯାଇଥିଲା କାଳିଆ କଲ ସେଣ୍ଟର । ଭୁବନେଶ୍ୱର ଓକାକ୍‌ ବିଲଡିଂରେ ଏହି କଲ ସେଣ୍ଟର ରହିଛି । କଲ ସେଣ୍ଟରରୁ ଚାଷୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ୧୮୦୦-୫୭୨-୧୧୨୨ ନମ୍ବରରେ ବିନା ଦେୟରେ କଲ କରି ଯୋଜନା ସଂପର୍କରେ ସୂଚନା ପାଇପାରିବେ ।

kaliaକାଳିଆ ଯୋଜନାରେ ପ୍ରଥମ ପର‌୍ୟ୍ୟାୟରେ ସମବାୟ ବିଭାଗ ଅଧୀନରେ ପଞ୍ଜିକୃତ ଚାଷୀଙ୍କୁ ଅର୍ଥ ମିଳିବ । ଏଥିପାଇଁ ୧୨ ଲକ୍ଷ ୪୦ ହଜାର ଚାଷୀ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ପରବର୍ତ୍ତୀ ସମୟରେ ଏବେ ଆବେଦନ କରୁଥିବା ହିତାଧିକାରୀଙ୍କୁ ଟଙ୍କା ଦିଆଯିବ । କାଳିଆ ଯୋଜନାକୁ ନେଇ ଗାଁ ଗହଳିରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ଏଭିତରେ ୯୦ ପ୍ରତିଶତ ଚାଷୀ ଆବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.