ବଲିଉଡ୍‌ ସୁନ୍ଦରୀ ପରିଣୀତି ଚୋପ୍ରାଙ୍କ ସହ ଡିନର କଲେ ଆପ୍‌ ନେତା ରାଘବ ଚଢ଼ା, କାଜୁଆଲ ଲୁକ୍‌ରେ ଫଟୋ ଭାଇରାଲ

ରାଜନୀତି ଓ ବଲିଉଡ୍‌ର ସମ୍ପର୍କ ନୂଆ ନୁହେଁ। ଗତ ସନ୍ଧ୍ୟାରେ ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା।

ରାଜନୀତି ଓ ବଲିଉଡ୍‌ର ସମ୍ପର୍କ ନୂଆ ନୁହେଁ। ଗତ ସନ୍ଧ୍ୟାରେ ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା।

ଦୁଇ ଜଣ କ୍ୟାମେରା ସାମ୍ନାରେ ଏକାଠି ନଜର ଆସିବା ପରେ ଲୋକେ ନାନା କଳ୍ପନା ଜଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖାଯାଇଥିଲା, ଦୁହେଁ ସିମ୍ପଲ୍‌ କୁଲ୍‌ ଲୁକରେ ନଜର ଆସିଥିଲେ। ଉଭୟଙ୍କୁ ଗତ ସନ୍ଧ୍ୟାରେ ଧଳା ସାର୍ଟରେ ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖିବା ପରେ ଫ୍ୟାନ ମାନେ ବି ଦୁଇଜଣ ପରସ୍ପରକୁ ଡେଟ୍ କରୁଥିବା ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଯଦିଓ ଏହା ଉପରେ କିଛି ବି ସ୍ପଷ୍ଟ କଥା ସାମ୍ନାକୁ ଆସି ନାହିଁ।

କହି ରଖୁଛୁ ଯେ ଚଳିତ ବର୍ଷ ଜାନୁୟାରୀରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କୁ ‘ଇଣ୍ଡିଆ ୟୁକେ ଆଉଟ୍‌ଷ୍ଟାଡିଙ୍ଗ୍‌ ଆଚିଭର୍ ଅନର୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନ୍ୟାସନାଲ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ଆଲୁମନି ୟୁନିଅନ୍ (NISAU) ଭାରତର ବ୍ରିଟିଶ୍ କାଉନସିଲ୍ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ ସହ ମିଶି ଏହି ସମ୍ମାନ ଉତ୍ସବ ଆୟୋଜନ କରିଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭାରତୀୟ ଛାତ୍ର ମାନଙ୍କୁ ଧ୍ୟାନରେ ରଖି ସମାରୋହ ଆୟୋଜନ କରାଯାଇଥିଲା।

ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିଣୀତି ଓ ରାଘବ ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ଏବଂ ଦୁହେଁ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ଏମିତି ବି ହୋଇପାରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥାଇପାରେ। ରିଲେସନଶିପ୍‌ ଷ୍ଟାଟସ୍‌ ଦେଖିଲେ, ପରିଣୀତି ସିଙ୍ଗଲ୍‌ ଥିବାବେଳେ ରାଘବ ମଧ୍ୟ ୩୪ ବର୍ଷ ବୟସରେ ଏ ଯାଏ ବାହା ହୋଇ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.