ଏସବୁ ପରିବା ଅଧିକ ପରିମାଣରେ ଖାଉଛନ୍ତି କି? ଆପଣଙ୍କ ଦେଖାଦେବ ଗୁରୁତର ଗ୍ୟାସ ସମସ୍ୟା

କ୍ଷୀର ପିଇବା ଦ୍ୱାରା ପେଟରେ ବ୍ଲୋଟିଂ ସମସ୍ୟା ଦେଖାଦିଏ । ବିନସରେ ଆଲଫା-ଗାଲାକ୍ଟୋସାଇଡ ରହିଥାଏ । ଏହା ପେଟରେ ବ୍ଲୋଟିଂ ଓ ଏସିଡିଟିକୁ ବଢାଇ ଥାଏ । ଫୁଲକୋବି ଖାଉଥିଲେ ଆପଣଙ୍କ ପେଟରେ ଅଧିକ ମାତ୍ରାରେ ଗ୍ୟାସ ତିଆରି ହେବ । ଆପଣଙ୍କ ହଜମ କ୍ଷମତା ଭଲନାହିଁ ଓ ଆପଣ ଏସବୁ ଖାଦ୍ୟ ଅଧିକ ପରିମାଣରେ ଖାଉଛନ୍ତି ତେବେ ସମସ୍ୟାରେ ପଡ଼ିବେ ।

କେନ୍ୟୁଜ୍‌(ବ୍ୟୁରୋ): ଫସଲ ତଥା ପନିପରିବା ଚାଷରେ କୀଟନାସକର ବ୍ୟବହାର ଦ୍ୱାରା ଖାଦ୍ୟ ପଦାର୍ଥରେ ଥିବା ଲାଭଦାୟକ ପୋଷକ କମି କମି ଯାଉଛି । ଯାହା ଫଳରେ ଏଥିରୁ ପାଇବାକୁ ଥିବା ବିଭିନ୍ନ ଭିଟାମିନ ତଥା ଷୋଷକ ଆମକୁ ମିଳିପାରୁ ନାହିଁ । ଏହା ବଦଳରେ ଏହି କୀଟନାସକ ପଦାର୍ଥରେ ଥିବା ହାନୀକାରକ ପଦାର୍ଥ ଆମ ଶରୀର ଭିତରୁ ଯାଉଛି । ଏଥିପାଇଁ ଆଜିକା ଦିନରେ ଅଧିକାଂଶ ଲୋକଙ୍କ ପେଟରୋଗ ସମସ୍ୟା ଦେଖାଦେଉଛି । ପ୍ରାୟ ଲୋକଙ୍କ କ୍ଷେତ୍ରରେ ପେଟରେ ଗ୍ୟାସ ସମସ୍ୟା ଦେଖା ଦେଉଛି । ଯାହା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ।

ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକି ଆମ ଶରୀରରେ ଏସିଡିଟି ସମସ୍ୟାକୁ ବଢାଇବା ସହ ପେଟରେ ବ୍ଲୋଟିଂ ସମସ୍ୟାକୁ ସୃଷ୍ଟି କରିଥାଏ । କ୍ଷୀର ପିଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖାଦିଏ । ଆମ ଦେଶର ୭୦ ପ୍ରତିଶତ ଲୋକଙ୍କ ଲାକଟୋଜ ଇନଟୁଲେରାନ୍ସ ସମସ୍ୟା ରହିଛି । ଅର୍ଥାତ ସେମାନଙ୍କ ଇନଟେଷ୍ଟାଇନ ଲାକଟୋଜ ଜାତୀୟ ଖାଦ୍ୟାକୁ ହଜମ କରିବାରେ ଅକ୍ଷମ । ଏଥିପାଇଁ ଲାକ୍ଟଟେଜ ଏନଜାଇମରର ଆବଶ୍ୟକ ହୋଇଥାଏ । ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏହି ଏନଜାଇମର ପରିମାଣ କମଥାଏ । ଏହାଦ୍ୱାରା ପେଟରେ ବ୍ଲୋଟିଂ ସମସ୍ୟା ଦେଖା ଦେଇଥାଏ ।

ଆମେ ପ୍ରାୟ ସମସ୍ତେ ସବୁଜ ପରିବା ଭାବେ ବିନସକୁ ଖାଇବାକୁ ପସନ୍ଦ କରିଥାଉ । ବିନସରେ ବହୁଳ ପରିମାଣରେ ଫାଇବର ରହିଥାଏ । ଯାହା ଆମ ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥାଏ । ଏହାସହ ବିନସରେ ଆଲଫା-ଗାଲାକ୍ଟୋସାଇଡ ରହିଥାଏ । ଯାହା ଏକ ପ୍ରକାର କାରବୋହାଇଡ୍ରେଟ । ଏହା ଯେତେବେଳେ ଆମ ପାକସ୍ଥଳୀକୁ ଯାଇଥାଏ, ଇନଟେଷ୍ଟାଇନରେ ବ୍ୟାକ୍ଟେରିଆ ମାନେ ଏହାକୁ ଫରମେଣ୍ଟସ କରିଦେଇଥାନ୍ତି । ଏହି ପ୍ରକ୍ରିୟାରେ ଅନେକ ପରିମାଣର ଗ୍ୟାସ ତିଆରି ହୋଇଥାଏ । ଏହା ପେଟରେ ବ୍ଲୋଟିଂ ଓ ଏସିଡିଟିକୁ ବଢାଇ ଥାଏ ।

ସେହିପରି ମସୁରଡାଲିରେ ପ୍ରବଳ ମାତ୍ରାରେ ପ୍ରୋଟିନ ରହିଥାଏ । ସେଥିପାଇଁ ଏଥିରେ ଫାଇବର, କାରବୋହାଇଡ୍ରେଟ, ମିନେରାଲସ ରହିଥାଏ । ପ୍ରବଳ ଫାଇବର ଥିବାରୁ କିଛିଲୋକ ହଜମରେ ସମସ୍ୟା ଭୋଗିଥାନ୍ତି । ଏହାସହ ଏସିଡିଟି ସମସ୍ୟା ଭୋଗିଥାନ୍ତି । ଯଦି ଆପଣ ଫୁଲକୋବି ଖାଉଛନ୍ତି ତେବେ ଆପଣଙ୍କ ପେଟରେ ଅଧିକ ମାତ୍ରାରେ ଗ୍ୟାସ ତିଆରି ହେବ । ଯଦି ଆରଣ ସୋଢା ପିଉଛନ୍ତି ଆପଣଙ୍କ ଏହି ସମସ୍ୟା ଦେଖାଦେବ । ଏଥିରେ ଅଧିକ ପରିମାଣରେ କାର୍ବନ ଡାଇଅକସାଇଡ ରହିଥାଏ । ସେହିପରି ଛତୁ ଖାଇବା ଦ୍ୱାରା ମଧ୍ୟ ଏପରି ସମସ୍ୟା ହୋଇଥାଏ । ଆପଣଙ୍କ ହଜମ କ୍ଷମତା ଭଲନାହିଁ ଓ ଆପଣ ଏସବୁ ଖାଦ୍ୟ ଅଧିକ ପରିମାଣରେ ଖାଉଛନ୍ତି ତେବେ ସମସ୍ୟାରେ ପଡ଼ିବେ । ଆପଣଙ୍କୁ ଏସବୁ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବାକୁ ପଡ଼ିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.