ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ, ଚେନ୍ନାଇକୁ ହରାଇଲା ଗୁଜରାଟ ଟାଇଟନ୍ସ

ଆଇପିଏଲ୍‌ ୨୦୨୩ରେ ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ହରାଇଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇକୁ ୫ ଓ୍ଵିକେଟରେ ପରାସ୍ତ କରିଛି ହାର୍ଦ୍ଦିକଙ୍କ ଟିମ୍‌ ।

ଆଇପିଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇକୁ ମାତ୍‌ ଦେଇ ପ୍ରଥମ ମ୍ୟାଚ୍‌ ଜିତିଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଗୁଜରାଟ । ୧୭୯ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ ଦଳ ହାତରେ ୪ଟି ବଲ ଥାଇ ବାଜି ମାରିଥିଲା । ଫଳରେ ଆଇପିଏଲ ଇତିହାସରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ସମସ୍ତ ୩ଟି ମ୍ୟାଚ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ହ୍ୟାଟ୍ରିକ ଅର୍ଜନ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ୯୨ ରନ ବଳରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା। ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଚମତ୍କାର ୬୩ ଓ ଶେଷ ଭାଗରେ ରଶିଦ ଖାନଙ୍କ ୩ ବଲରେ ଅପରାଜିତ ୧୦ ରନ ବଳରେ ୫ ୱିକେଟ ହରାଇ ଟାର୍ଗେଟକୁ ହାସଲ କରି ନେଇଛି। ରାହୁଲ ତିଓ୍ଵାତିଆ ୧୫ ଓ ରସିଦ ଖାନ ୧୦ ରନ କରି ମ୍ୟାଚ ଜିତାଇଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ୧୪ ରନରେ ପ୍ରଥମ ୱିକେଟ ହରାଇଥିଲା। ଡେଭୋନ କନୱେ ମାତ୍ର ୧ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ। ମୋଇନ ଅଲୀ ୨୩ ରନ, ବେନ ଷ୍ଟୋକ୍ସ ୭, ଅମ୍ବାତି ରାୟୁଡୁ ୧୨, ଶିବମ ଦୁବେ ୧୯, ରବୀନ୍ଦ୍ର ଜାଡେଜା ୧ ରନ କରିବାକୁ ସକ୍ଷମ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.