କିଟ୍‌ ବିଶ୍ୱବିଦ୍ୟାଳୟ ଚାଲିଛି ସମ୍ମାନଜନକ ୟୁଥ-୨୦ କନ୍‌ସଲଟେସନ୍‌ ସମ୍ମିଳନୀ

କିଟ୍‌ ବିଶ୍ୱବିଦ୍ୟାଳୟ ଚାଲିଛି ସମ୍ମାନଜନକ ୟୁଥ-୨୦ କନ୍‌ସଲଟେସନ୍‌ ସମ୍ମିଳନୀ । ଆଜି ଆମେରିକା, ବ୍ରିଟେନ୍‌, ଜର୍ମାନୀ, ୟୁକ୍ରେନ୍‌, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭରି କୋଷ୍ଟ ଆଦି ୨୦ ଦେଶର ସାଂସଦଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି।

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ ବିଶ୍ୱବିଦ୍ୟାଳୟ ଚାଲିଛି ସମ୍ମାନଜନକ ୟୁଥ-୨୦ କନ୍‌ସଲଟେସନ୍‌ ସମ୍ମିଳନୀ । ଆଜି ଆମେରିକା, ବ୍ରିଟେନ୍‌, ଜର୍ମାନୀ, ୟୁକ୍ରେନ୍‌, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭରି କୋଷ୍ଟ ଆଦି ୨୦ ଦେଶର ସାଂସଦଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି।

କିଟ୍‌ ପକ୍ଷରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧି କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ୟୁଥ୍‌-୨୦ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କିଟ୍‌ ଓ କିସ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିଥିଲେ ।

କିଟ୍‌ ଓ କିସ୍‌ ପରିଦର୍ଶନ କରି ସେମାନେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଥିଲେ । ଏଥିସହ କିଟ୍‌ ପକ୍ଷରୁ ମିଳିଥିଲା ଆତିଥ୍ୟରେ ସେମାନେ ଅଭଭୂତ ବୋଲି କହିଛନ୍ତି ।

Leave A Reply

Your email address will not be published.