ବନେଟ୍‌ ଉପରେ ପକାଇ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ୨୦କିମି ଟାଣିନେଲେ କାର୍‌ ଚାଳକ, ଗଞ୍ଜେଇ ନିଶାରେ ଚଲାଉଥିଲେ ଗାଡ଼ି

ମହାରାଷ୍ଟ୍ରର ନଭି ମୁମ୍ବାଇରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଜଣେ କାର ଡ୍ରାଇଭର ଟ୍ରାଫିକ ପୋଲିସ କନଷ୍ଟେବଳଙ୍କୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କରିଛି।

ମହାରାଷ୍ଟ୍ରର ନଭି ମୁମ୍ବାଇରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଜଣେ କାର ଡ୍ରାଇଭର ଟ୍ରାଫିକ ପୋଲିସ କନଷ୍ଟେବଳଙ୍କୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କରିଛି।

ଖବରରୁ ଜଣାପଡ଼ିଛି ଯେ ଯୁବକ ଜଣକ ନିୟମ ଭାଙ୍ଗି ଯାଉଥିଲେ। ଏହା ଦେଖି କନଷ୍ଟେବଳ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ କାରକୁ ଅଟକାଇ ନ ଥିଲେ, ଯାହାଫଳରେ କାର୍‌କୁ ଅଟକାଉଥିବା ବେଳେ କନଷ୍ଟେବଳ ଜଣକ କାର୍‌ର ବନେଟ ଉପରେ ପଡ଼ିଯାଇଥିଲେ। ଘଟଣାଟି ଗତ ଶନିବାରର।

ରିପୋର୍ଟ ମୁତାବକ, କାର ଡ୍ରାଇଭର ନେରୁଲ ନିବାସୀ ଆଦିତ୍ୟ ବେମଡେ (୨୩)ଙ୍କୁ ପୋଲିସ ଗିରଫ କରିଛି। ସେ ଗଞ୍ଜେଇ ନିଶାରେ ଗାଡି ଚଲାଉଥିବା ପୋଲିସ କହିଛି। ଟ୍ରାଫିକ କନଷ୍ଟେବଳ ସିଦ୍ଧେଶ୍ୱର ମାଲି (୩୭) କାର୍‌ର ବନେଟ୍‌ ଉପରେ ପଡ଼ିଯାଇଥିଲେ, ଯଦିଓ ସେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହି ଦୃଶ୍ୟ ପାମ୍‌ ବିଚ୍‌ ରୋଡ୍‌ର ଅନେକ ସ୍ଥାନରେ ଲଗାହୋଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଫୁଟେଜ୍‌ରୁ ଜଣାପଡ଼ୁଛି ଯେ ରାସ୍ତାର ନିୟମ ଭାଙ୍ଗି ଏବଂ ଏକ ସ୍କୁଟରକୁ ଟକ୍କର ମାରି ଯାଉଥିବା କାର୍‌କୁ କନଷ୍ଟେବଳ ସିଦ୍ଧେଶ୍ୱର ମାଲି ଅଟକାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହି ସମୟରେ ଡ୍ରାଇଭର ଜଣକ ଗାଡ଼ିର ଗତି ବଢ଼ାଇ ଦେଇଥିଲେ।

ଯେତେବେଳେ କନଷ୍ଟେବଳ କାର୍‌ର ବନେଟ୍‌ ଉପରେ ପଡ଼ିଯାଇଥିଲେ, ତ ସେହି ସମୟରେ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ମିଳିଥିଲା କି, ବନେଟ୍‌ ଉପରେ ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ କାର୍‌ ଡ୍ରାଇଭର ଟାଣି ନେଉଛି। ରାସ୍ତାରେ େଓ୍ଵୟାରଲେସ୍‌ ବାର୍ତ୍ତା ମାଧ୍ୟମରେ ପୋଲିସକୁ ସତର୍କ କରାଯାଇଥିଲା। ଏହାପରେ ପୋଲିସ ଅଭିଯୁକ୍ତ କାର ଡ୍ରାଇଭରଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

video courtesy: Express Mumbai

Leave A Reply

Your email address will not be published.