Below header

ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କହିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ

ଆଜି ସିବିଇ ଅଫିସରେ ପହଞ୍ଚିବା ପୂର୍ବରୁ ରାଜଘାଟ ଯାଇଥିଲେ । ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କେଜ୍ରିଓ୍ଵାଲ । ସିବିଆଇରେ ହାଜର ହେବା ପୂର୍ବରୁ କେଜ୍ରଓ୍ଵାଲ କହିଛନ୍ତି, ସିବିଆଇର ସମସ୍ତ ପ୍ରଶ୍ନର ଉତ୍ତର ଦେବେ । ବିଜେପି, ସିବିଆଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ପଚରାଉଚରା କରୁଛି ସିବିଆଇ । ଏଥିପାଇଁ ତାଙ୍କୁ ଦୁଇ ଦିନ ତଳେ ସମନ କରାଯାଇଥିଲା । ଆଜି ସିବିଇ ଅଫିସରେ ପହଞ୍ଚିବା ପୂର୍ବରୁ ରାଜଘାଟ ଯାଇଥିଲେ । ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କେଜ୍ରିଓ୍ଵାଲ । ସିବିଆଇରେ ହାଜର ହେବା ପୂର୍ବରୁ କେଜ୍ରଓ୍ଵାଲ କହିଛନ୍ତି, ସିବିଆଇର ସମସ୍ତ ପ୍ରଶ୍ନର ଉତ୍ତର ଦେବେ । ବିଜେପି, ସିବିଆଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । କେଜ୍ରିଓ୍ଵାଲ କହିଛନ୍ତି, ସିବିଆଇ ବିଜେପିର ନିୟନ୍ତ୍ରଣରେ ଅଛି । କିଛି ରାଷ୍ଟ୍ର ବିରୋଧୀ ଶକ୍ତି ଭାରତର ଉନ୍ନତି ଚାହୁଁନାହାନ୍ତି । ଶେଷରେ ସତ୍ୟର ଜୟ ହେବ ।

କେଜ୍ରିଓ୍ଵାଲଙ୍କ ସମର୍ଥନରେ ଆପ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅବକାରୀ ନୀତି ମାମଲାରେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଏହାପରଠୁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଆସୁଥିଲେ ଅରବିନ୍ଦ କେଜ୍ରିଓ୍ଵାଲ । ମନୀଷ ସିସୋଦିଆଙ୍କ ପରେ କେଜ୍ରିଓ୍ଵାଲଙ୍କୁ ଗିରଫ କରିବ କି ସିବିଆଇ ? ତଦନ୍ତାକାରୀ ସଂସ୍ଥା ପାଖରେ ତାଙ୍କ ବିରୋଧରେ ବଳିଷ୍ଠ ତଥ୍ୟ ପ୍ରମାଣ ଅଛି କି ? ଆଗକୁ କେଜ୍ରିଓ୍ଵାଲଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେବ ସିବିଆଇ ତାଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.