Below header

ସମ୍ବଲପୁର ହିଂସା: ବଢୁଛି ଗିରଫଦାରୀଙ୍କ ସଂଖ୍ୟା, ସହରରେ ଫେରୁଛି ଶାନ୍ତି

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ଓ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟଣାରେ ଗିରଫ ହେଲେଣି ୭୯ ଜଣ । ସେତେବେଳେ ଘଟିଥିବା ଏକ ହତ୍ୟାକଣ୍ଡ ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସମ୍ବଲପୁର (କେନ୍ୟୁଜ):ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ଓ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟଣାରେ ଗିରଫ ହେଲେଣି ୭୯ ଜଣ । ସେତେବେଳେ ଘଟିଥିବା ଏକ ହତ୍ୟାକଣ୍ଡ ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟଣାରେ ଆଉ ୭୪ରୁ ଅଧିକ ଲୋକ ସ୍କାନରରେ ଅଛନ୍ତି । ସେମାନଙ୍କୁ ଧରିବାକୁ ତନାଘନା ତଦନ୍ତ କରୁଛି ପୋଲିସର ସ୍ୱତନ୍ତ୍ର ଟିମ୍‌ । ସମ୍ବଲପୁର ସହରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ଛାଉଣୀ । ଗଳିକନ୍ଦିରେ ବି ପୋଲିସ ପଇଁତରା ମାରୁଛି । ୪୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି ।

ସହରର କେତେକ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱକୁ ବାରିକେଡ୍‌ ଦେଇ ବନ୍ଦ କରି ଦିଆଯାଇଛି । ସହରରେ କର୍ଫ୍ୟୁ ବଳବତ୍ତର ରହିଥିଲେ ବି ଆଜି ସିଡିଏସ୍‌ ଓ ଏଏସ୍‌ଓ ପରୀକ୍ଷା ହୋଇଛି । ଏଥିପାଇଁ ସକାଳେ ଓ ଅପରାହ୍‌ଣରେ ଦୁଇ ଘଣ୍ଟା ଲେଖାଏ କୋହଳ କରାଯାଇଛି କଟକଣା । ପରୀକ୍ଷାର୍ଥୀମାନେ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ l ସେହିପରି ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । କର୍ଫ୍ୟୁ ସମୟରେ ଗାଡ଼ିମୋଟର ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.