ପୁଣି ବଢିବ ମହଙ୍ଗା ଭତ୍ତା, ଏଥର କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ୪୬% DA, ଖୁବ ଶୀଘ୍ର ମିଳିବ ଖୁସି ଖବର
୪୬% ହେବ ମହଙ୍ଗା ଭତ୍ତା!ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରମା । କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି। ଏହି ବର୍ଷ ଦ୍ୱିତୀୟ ଥର ମାନେ ଶେଷ ୬ ମାସ ପାଇଁ ଡିଏ ରେ ଜୋରଦାର ବୃଦ୍ଧି କରାଇବାର ଆଶା ରଖାଯାଉଛି
ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରମା । କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି। ଏହି ବର୍ଷ ଦ୍ୱିତୀୟ ଥର ମାନେ ଶେଷ ୬ ମାସ ପାଇଁ ଡିଏ ରେ ଜୋରଦାର ବୃଦ୍ଧି କରାଇବାର ଆଶା ରଖାଯାଉଛି। ଏମିତି ହେଲେ ପୁଣି ଥରେ କର୍ମଚାରୀ ଖୁସି ଖବର ପାଇବେ। ଶେଷ ଥର ଡିଏ ୪% ବଢ଼ି ୩୮ ରୁ ୪୨% ହୋଇଥିଲା। ବର୍ତ୍ତମାନ ଏବେ ୪% ଯଦି ପୁଣି ଥରେ ବଢ଼େ ତେବେ କର୍ମଚାରୀଙ୍କ ଦରମାର ୪୨% ରୁ ୪୬% ହୋଇଯିବ।
ଖୁବ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ଏହାଦ୍ୱାରା ସେମାନଙ୍କର ଦରମା ମଧ୍ୟ ପୁଣି ଥରେ ବଢ଼ିପାରେ। ସୂଚନା ଅନୁସାରେ ଚଳିତ ବର୍ଷ ଦ୍ୱିତୀୟ ମାନେ ଶେଷ ୬ ମାସ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରି ୪୬% ଯାଏ କରିପାରନ୍ତି । ଚଳିତ ବର୍ଷ ସରକାର ଜାନୁଆରୀରୁ ଜୁନ୍ ୨୦୨୩ର ପ୍ରଥମ ତ୍ରୈମାସିକ ପାଇଁ ମହଙ୍ଗା ଭତ୍ତା ବା DA ଓ ମହଙ୍ଗା ରିଲିଫ୍ ବା DR ରେ ୪% ବୃଦ୍ଧି କରିଥିଲେ । ଫଳରେ ଡିଏ ୩୮%ରୁ ବୃଦ୍ଧି ପାଇ ୪୨%ରେ ପହଞ୍ଚିଥିଲା। ପ୍ରତି ୬ ମାସରେ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥାନ୍ତି ସରକାର। ତେଣୁ ଆଶା କରାଯାଉଛି ଯେ ଯଦି ପରବର୍ତ୍ତୀ ଡିଏ ୪% ବୃଦ୍ଧି ପାଏ ତା’ହେଲେ ଡିଏ ୪୬%ରେ ପହଞ୍ଚିବ।
ଦ୍ୱିତୀୟ ତ୍ରୈମାସିକ ଅର୍ଥାତ୍ ଜୁଲାଇରୁ ଡିସେମ୍ବର ୨୦୨୩ ପାଇଁ ଡିଏ ବୃଦ୍ଧି ଘୋଷଣା ହେବ। ଚଳିତ ଥର ଡିଏ ବଢ଼ିବା ନେଇ ସରକାର ଖୁବ୍ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ସାଧାରଣତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏନେଇ ମଞ୍ଜୁରୀ ମିଳିଥାଏ। ହେଲେ ଏଥର ଅଗଷ୍ଟରେ ଘୋଷଣା ହେବା ନେଇ ସମ୍ଭାବନା ରହିଛି। ସପ୍ତମ ବେତନ କମିଶନର ସୁପାରିଶ ଅନୁସାରେ ବର୍ଷକୁ ୨ଥର ମହଙ୍ଗା ଭତ୍ତା ବଢ଼ିଥାଏ। ପ୍ରଥମ ୬ ମାସ ପାଇଁ ଡିଏରେ ୪% ବୃଦ୍ଧି ହୋଇଥିଲା। ତେବେ ନିୟମ ଅନୁଯାୟୀ ମହଙ୍ଗା ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଥାଏ। ମହଙ୍ଗା ଯେତେ ଅଧିକ ହେବ, ଡିଏ ସେତିକି ବଢ଼ିବ।
କେତେ ବଢ଼ିବ ଦରମା ?
ଯଦି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୪୬% ହେବ ତା’ହେଲେ ସେହି ଅନୁସାରେ ସେମାନଙ୍କର ଦରମା ମଧ୍ୟ ବଢ଼ିବ। ଯଦି କର୍ମଚାରୀଙ୍କ ବେସିକ୍ ପେ’ ୧୮ ହଜାର ଟଙ୍କା ଥିବ ତେବେ ବର୍ତ୍ତମାନ ୪୨% ହିସାବରେ ଦେଖିଲେ ଡିଏ ୭,୫୦୦ ଟଙ୍କା ହେବ। ଆଉ ଡିଏ ୪୬% ବଢିଲେ ଡିଏ ୮,୨୮୦ ଟଙ୍କା ହେବ। ତେବେ ଏହାକୁ ନେଇ ଅଫିସିଆଲ ଘୋଷଣା କରାଯାଇ ନାହିଁ।