Below header

ଆଜି ସୌର ଜଗତରେ ଦେଖାଯାଉଛି ହାଇବ୍ରିଡ ସୂର୍ଯ୍ୟ ପରାଗ

ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର ଉତ୍ତର ପୂର୍ବ ଦେଶ ତଥା ମହାସାଗର ସଂଲଗ୍ନ ଦେଶ ଗୁଡ଼ିକରେ ଆଜି ଦେଖାଯାଉଛି ହାଇବ୍ରିଡ ସୂର୍ଯ୍ୟ ପରାଗ। ଯାହାକୁ ମିଶ୍ରିତ ସୂର୍ଯ୍ୟପରାଗ ମଧ୍ୟ କୁହାଯାଏ। ପ୍ରତି ୧୦ ବର୍ଷରେ ଥରେ ଏହି ବିରଳ ସୂର୍ଯ୍ୟ ପରାଗ ଦେଖାଦେଇଥାଏ। ତେବେ ଭାରତରେ ଏହା ଦୃଶ୍ୟମାନ ହେଉନାହିଁ।

ଆଜି ସୌର ଜଗତରେ ଦେଖାଯାଉଛି ହାଇବ୍ରିଡ ସୂର୍ଯ୍ୟ ପରାଗ। ଯାହାକୁ ମିଶ୍ରିତ ସୂର୍ଯ୍ୟପରାଗ ମଧ୍ୟ କୁହାଯାଏ। ପ୍ରତି ୧୦ ବର୍ଷରେ ଥରେ ଏହି ବିରଳ ସୂର୍ଯ୍ୟ ପରାଗ ଦେଖାଦେଇଥାଏ। ତେବେ ଭାରତରେ ଏହା ଦୃଶ୍ୟମାନ ହେଉନାହିଁ।

ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର ଉତ୍ତର ପୂର୍ବ ଦେଶ ତଥା ମହାସାଗର ସଂଲଗ୍ନ ଦେଶ ଗୁଡ଼ିକରେ ଏହା ଦୃଶ୍ୟମାନ ହେଉଛି। ଏହି ସମୟରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଗତି କରିଥାଏ। ଏଣୁ କୋଉଠି ଦୃଶ୍ୟମାନ ହୁଏ ଓ କେଉଁଠି ଦୃଶ୍ୟମାନ ହୋଇନଥାଏ।

ପୂର୍ବରୁ ୨୦୧୩ରେ ଏହି ବିରଳ ସୂର୍ଯ୍ୟ ପରାଗ ଦେଖାଦେଇଥିଲା। ୨୦୩୧ରେ ପୁଣି ଥରେ ଏହି ହାଇବ୍ରିଡ ସୂର୍ଯ୍ୟ ପରାଗ ଦେଖାଯିବ। ଏଭଳି ହାଇବ୍ରିଡ ସୂର୍ଯ୍ୟପରାଗ ପ୍ରତି ୧୦ ବର୍ଷରେ ଥରେ ଦେଖାଦେଇଥାଏ । ଉଭୟ ପୂର୍ଣ୍ଣ ଓ ବଳୟ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଥିବାରୁ ଏହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ କରାଯାଏ।

ତେବେ ସୂଚନା ଥାକି ଆଜିର ଏହି ହାଇବ୍ରିଡ ସୂର୍ଯ୍ୟ ପରାଗ ସକାଳ ୭ଟା ୪ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ ରେ ଶେଷ ହେବ । ଏହାର ଅବଧି ୫ ଘଣ୍ଟା ୨୪ ମିନିଟ୍ ରହିବ ।

half sun

ଆସନ୍ତୁ ସଂକ୍ଷେପରେ ଜାଣିବା ହାଇବ୍ରିଡ ସୂର୍ଯ୍ୟ ପରାଗ କଣ?

-ହାଇବ୍ରିଡ ସୂର୍ଯ୍ୟ ପରାଗକୁ ମିଶ୍ରିତ ସୂର୍ଯ୍ୟପରାଗ ମଧ୍ୟ କୁହାଯାଏ।

– ଆଂଶିକ, ପୂର୍ଣ୍ଣ ଓ କୁଣ୍ଡଳାକାର ପରାଗକୁ ହାଇବ୍ରିଡ ସୂର୍ଯ୍ୟ ପରାଗ କୁହାଯାଏ

– ହାଇବ୍ରିଡ ସୂର୍ଯ୍ୟ ପରାଗ ପ୍ରତି ଶହେ ବର୍ଷରେ ଥରେ ପଡିଥାଏ

– ପରାଗ ସମୟରେ ଚନ୍ଦ୍ର ପୃଥିବୀଠୁ ଦୂରର ନଥାଏ କି ପାଖରେ ବି ନଥାଏ

– ପରାଗରେ ସୂର୍ଯ୍ୟ କିଛି ସମୟ ପାଇଁ ରିଙ୍ଗ ଭଳି ଦୃଶ୍ୟମାନ ହୋଇଥାଏ

– ରିଙ୍ଗ ଭଳି ଦୃଶ୍ୟକୁ ରିଙ୍ଗ ଅଫ ଫାୟାର ବା ଅଗ୍ନି ବଳୟ ବୋଲି କୁହାଯାଏ

– ସୂର୍ଯ୍ୟ ପରାଗ ୩ଟି ହେଉଥିବାରୁ ସୂର୍ଯ୍ୟ ୩ ପ୍ରକାର ଦୃଶ୍ୟମାନ ହେବେ

– ଆଂଶିକ ସୂର୍ଯ୍ୟ ପରାଗରେ ସୂର୍ଯ୍ୟଙ୍କ ଛୋଟ ଅଂଶ ପ୍ରଭାବିତ ହେବ

– କୁଣ୍ଡଳାକାର ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ରହି ସୂର୍ଯ୍ୟଙ୍କ କିରଣରକୁ ରୋକିଥାଏ

– ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ରୁହନ୍ତି

– ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ପୃଥିବୀର ଗୋଟିଏ ଭାଗ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.