ବିଶ୍ବର ସର୍ବ ବୃହତ୍ ରଥର ରହିଛି ନିଆରା ପରମ୍ପରା, ଏଠି ନିଜେ ପ୍ରଭୁ ରଥ ନିକଟକୁ ଯାଇ ଦେଇଥାନ୍ତି ଆଜ୍ଞାମାଳ

ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଥିବା ବିଶ୍ବର ସର୍ବ ବୃହତ୍ ରଥର ରହିଛି ନିଆରା ପରମ୍ପରା । ଅନ୍ଯ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ରଥ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥାଏ । ହେଲେ କେନ୍ଦୁଝରରେ ରହିଛି ଭିନ୍ନ ପରମ୍ପରା । ରଥ ନିର୍ମାଣ କାର୍ଯ୍ଯ ଆରମ୍ଭରୁ ହିଁ ଏଠାରେ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ଯ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି ।

କେନ୍ଦୁଝର(କେନ୍ୟୁଜ୍): ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଥିବା ବିଶ୍ବର ସର୍ବ ବୃହତ୍ ରଥର ରହିଛି ନିଆରା ପରମ୍ପରା । ଅନ୍ଯ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ରଥ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥାଏ । ହେଲେ କେନ୍ଦୁଝରରେ ରହିଛି ଭିନ୍ନ ପରମ୍ପରା । ରଥ ନିର୍ମାଣ କାର୍ଯ୍ଯ ଆରମ୍ଭରୁ ହିଁ ଏଠାରେ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ଯ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି ।

ବିଧି ଅନୁଯାୟୀ, ଅକ୍ଷୀତୃତୀୟା ଠାରୁ ଆରମ୍ଭ ହୁଏ ରଥ ନିର୍ମାଣ କାର୍ଯ୍ଯ । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ରଥ ନିର୍ମାଣ କାର୍ଯ୍ଯ ଏଥିରୁ ବାଦ୍‌ ପଡ଼ିନାହିଁ । କେନ୍ଦୁଝରରେ ପ୍ରଭୁ ଶ୍ରୀ ବଳଦେବଜୀଉ ସ୍ବୟଂ ରଥ ନିକଟରେ ବିରାଜମାନ ହୋଇ ରଥକାର୍ଯ୍ଯ ଆରମ୍ଭ କରିବାକୁ ଆଜ୍ଞା ଦେଇଥାନ୍ତି । ସନ୍ଧ୍ଯା ସମୟରେ ବିମାନ ଶୋଭାଯାତ୍ରାରେ ସୁଦର୍ଶନଙ୍କ ସହ ପ୍ରଭୁ ଶ୍ରୀବଳଦେବଜୀଉ ରଥ ନିକଟରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ମୁଖ୍ଯ ମହାରଣା ଆରମ୍ଭ କରିଥାନ୍ତି ରଥ ନିର୍ମାଣ କାର୍ଯ୍ଯ । ଯେହେତୁ କେନ୍ଦୁଝର ରଥ ନୂତନ ଭାବେ ନିର୍ମାଣ ହୁଏ ନାହିଁ, କେବଳ ଏହା ମରାମତି ହୋଇଥାଏ, ଏଣୁ ଏହି ମରାମତି କାର୍ଯ୍ଯ ନେତ୍ରୋତ୍ସବ ପୂର୍ବରୁ ସମାପନ ହୋଇଥାଏ ।

ratha

୧ ହଜାର ବର୍ଷ ପୁରୁଣା କେନ୍ଦୁଝରର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା । ସେବେଠାରୁ ଚାଲି ଆସିଛି ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା । ୧୬୭୧ ମସିହାରେ କେନ୍ଦୁଝରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ଭବ୍ଯ ମନ୍ଦିର ପ୍ରତିଷ୍ଠା ହେବା ପରେ ୭୨ ଫୁଟ୍‌ ଉଚ୍ଚତା ଓ ୪୫ ଫୁଟ୍‌ ଦୈର୍ଘ ବିଶିଷ୍ଟ ରଥ ନିର୍ମାଣ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା ନନ୍ଦିଘୋଷ ରଥ । ୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ୧୬ଟି ଚକ ଏହି ରଥରେ ଲାଗିଥାଏ । ଏହି ରଥକୁ ଟାଣିବା ପାଇଁ ଭୂୟାଁ , ଜୁଆଙ୍ଗମାନଙ୍କ ଦ୍ବାରା ତିଆରି ଶିଆଳି ଦଉଡ଼ି ବ୍ଯବହାର କରାଯାଏ । ରାଜାଙ୍କୁ ଏହି ଜନଜାତିଙ୍କ ଅନୁରୋଧକ୍ରମେ ରଥଯାତ୍ରା ପରେ ରଥକୁ ଖୋଲାଯାଏ ନାହିଁ । ସେମାନଙ୍କ ପାଇଁ ଅକ୍ଷୀତୃତୀୟା ପର୍ଯ୍ଯନ୍ତ ମନ୍ଦିର ସମ୍ମୁଖରେ ରଥ ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.