ଆଜିର ରାଶିଫଳ: ଆଜି ପାରିବାରିକ ଜୀବନ ଭଲ ରହିବ, ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ

ଆଜି ଆପଣ ଭାବିଥିବା କାମ ପୂରା ହେବ। ସାଙ୍ଗମାନଙ୍କଠାରୁ କିଛି ଭଲ ଖବର ପାଇବେ। ପାରିବାରିକ ଜୀବନ ଭଲ ରହିବ। ଆପଣଙ୍କ କାମର ପ୍ରଶଂସା ହେବ। ଘରର ସୁଖ, ସୌଭାଗ୍ୟ ବୃଦ୍ଧି ହେବ।

ମେଷ: ଆଜି ଆପଣ ଭାବିଥିବା କାମ ପୂରା ହେବ। ସାଙ୍ଗମାନଙ୍କଠାରୁ କିଛି ଭଲ ଖବର ପାଇବେ। ପାରିବାରିକ ଜୀବନ ଭଲ ରହିବ।

ବୃଷ: ଆଜି ଆପଣଙ୍କ କାମର ପ୍ରଶଂସା ହେବ। ଘରର ସୁଖ, ସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ।

ମିଥୁନ: ନିଜର ଲକ୍ଷ୍ୟ ବିଷୟରେ ବାରମ୍ବାର ଭାବିବେ। ପାଠପଢ଼ାରେ ପରିଶ୍ରମ କରିବାର ଆବଶ୍ୟକ ରହିଛି। ଆପଣଙ୍କ ଆର୍ଥିକ ପକ୍ଷ ସାମାନ୍ୟ ରହିବ।

କର୍କଟ: ଆଜିର ଦିନ ମିଶ୍ରିତ ରହିବ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଧାର୍ମିକ ଆୟୋଜନରେ ସାମିଲ ହେବେ। ଜୀବନସାଥୀଙ୍କ ସହ ସମୟ ବିତାଇବେ।

ସିଂହ: ଆଜି ଆପଣ କୌଣସି ବଡ଼ ନିର୍ଣ୍ଣୟ ନେବେ। ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କାମକୁ ନେଇ ନୂଆ ବିଚାର କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ।

କନ୍ୟା: ଏଜେଣ୍ଟ ରୂପେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ। ଆପଣଙ୍କର କୌଣସି ଜରୁରୀ କାମ ସହଜରେ ପୂରା ହେବ, ଯଦ୍ଦ୍ଵାରା ଆପଣ ଖୁସି ହେବେ।

ତୁଳା: ଅଫିସରେ ଆପଣଙ୍କ କାମକୁ ପ୍ରଶଂସା କରାଯିବ। ପଇସା ଲେଣଦେଣରେ ସାବଧାନ ରୁହନ୍ତୁ। ମାଆବାପାଙ୍କର ସମର୍ଥନ ରହିବ।

ବିଛା: କୌଣସି ଖାସ୍‌ ବ୍ୟକ୍ତିଙ୍କଠାରୁ ପ୍ରେରଣା ମିଳିବ। ମାଆବାପାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ।

ଧନୁ: ସରକାରୀ କାର୍ଯ୍ୟରେ କିଛି ଲୋକଙ୍କଠାରୁ ସହଯୋଗ ମିଳିବ। କାମ ପ୍ରତି ଜୋଶ୍‌ ବଢ଼ିବ। ଆପଣଙ୍କୁ ସଫଳତା ମିଳିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ମକର: ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିବ। ଘର ଲୋକଙ୍କ ସହ ସମୟ ବିତାଇବାକୁ ମଉକା ମିଳିବ। କାମ ସହଜରେ ପୂରଣ ହେବ।

କୁମ୍ଭ: ଆଜି ନିଜକୁ ତାଜା ଅନୁଭବ କରିବେ। ଆଖପାଖରେ ସକାରାତ୍ମକ ଶକ୍ତି ରହିବ। ଲୋକେ ଆପଣଙ୍କ ବ୍ୟବହାରରେ ବହୁତ ଖୁସି ହେବେ। ଧନ ଲାଭ ହେବ।

ମୀନ: ଚାକିରି ଖୋଜୁଥିବା ଲୋକଙ୍କୁ ଜବ୍‌ ଅଫର୍‌ ମିଳିପାରେ। ଆଜି ସମସ୍ତଙ୍କ ସହିତ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ। କୌଣସି ମଉକା ହାତରୁ ଯିବାକୁ ଦିଅନ୍ତୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.