ଗୋଲଡେନ୍‌ ବାବାଙ୍କ ଅଡି କାରକୁ ସିଜ୍‌ କଲା ED, ଯାହାର ମୂଲ୍ୟ ହେବ ୫୧ ଲକ୍ଷ ଟଙ୍କା

ଗୋଲଡେନ୍‌ ବାବାଙ୍କ ଅଡି କାରକୁ ସିଜ୍‌ କଲା ED । ଗତ ଏପ୍ରିଲ ୨୬ ତାରିଖରେ ଭୁବନେଶ୍ଵର IRC ଭିଲେଜ୍‌ରୁ ଅଡି କାରକୁ ଉଠାଇନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଅଡି କାରର ମୂଲ୍ୟ ୫୧ଲକ୍ଷ ଟଙ୍କା ହେବ ।

ଭୁବନେଶ୍ୱର (କେନ୍ୟୁଜ): ଗୋଲଡେନ୍‌ ବାବାଙ୍କ ଅଡି କାରକୁ ସିଜ୍‌ କଲା ED । ଗତ ଏପ୍ରିଲ ୨୬ ତାରିଖରେ ଭୁବନେଶ୍ଵର IRC ଭିଲେଜ୍‌ରୁ ଅଡି କାରକୁ ଉଠାଇନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଅଡି କାରର ମୂଲ୍ୟ ୫୧ଲକ୍ଷ ଟଙ୍କା ହେବ । ଏହାକୁ PMLA ଆକ୍ଟରେ ସିଜ୍‌ କରିଥିବା ED ଦର୍ଶାଇଛି ।

ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ ଗୋଲଡେନ ବାବାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମାମଲା ହାତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ରୁ ୫ ଜଣ ବ୍ୟକ୍ତିଙ୍କ ଠାରୁ ଠକିଥିଲେ ଗୋଲଡେନ ବାବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.