ଆଜିର ରାଶିଫଳ: ଆଜି ଆପଣ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି

ଆଜି ଆପଣ ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କଠୁ ସହଯୋଗ ମିଳିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କୁ ପ୍ରଶଂସା କରିବେ। କାମକୁ ନେଇ ଅନେକ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ।

ମେଷ: ଆଜି ଆପଣ ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କଠୁ ସହଯୋଗ ମିଳିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।

ବୃଷ: ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କୁ ପ୍ରଶଂସା କରିବେ। କାମକୁ ନେଇ ଅନେକ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ।

ମିଥୁନ: ଆପଣ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବେ। ଘର ପାଇଁ କିଛି ନୂଆ ଜିନିଷ କିଣିବେ। ଧନଲାଭର ଯୋଗ ରହିଛି।

କର୍କଟ: ନିବେଶ ମାମଲାରେ ନୂଆ ପରାମର୍ଶ ମିଳିବ। ବ୍ୟବସାୟକୁ ବଢ଼ାଇବାର କିଛି ନୂଆ ସୁଯୋଗ ଆପଣଙ୍କ ସାମ୍ନାକୁ ଆସିବ।

ସିଂହ: ଭାଇ, ଭଉଣୀଙ୍କ ସାହାଯ୍ୟରୁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ସୁଖ, ସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମୟ ବିତାଇବେ।

କନ୍ୟା: ଆଜିର ଦିନ ଉତ୍ତମ ରହିବ। ଆର୍ଥିକ ଲାଭର ଅବସର ପ୍ରାପ୍ତ ହେବ। ଯାତ୍ରାରୁ ଆପଣଙ୍କୁ ଲାଭ ମିଳିବ। ଆଧ୍ୟାତ୍ମିକତା ପ୍ରତି ରୁଚି ରହିବ।

ତୁଳା: ଆପଣଙ୍କ ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ। ଗାଡ଼ି ଚଲାଇବା ବେଳେ ସାବଧାନ ରୁହନ୍ତୁ। ଛାତ୍ରମାନଙ୍କୁ ସଫଳତା ମିଳିପାରେ।

ବିଛା: ଅନେକ ଦିନରୁ ଚାଲିଥିବା ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ଅଫିସ୍‌ କାମରେ ସହକର୍ମୀଙ୍କର ସହଯୋଗ ମିଳିବ। ଦାମ୍ପତ୍ୟ ସମ୍ପର୍କ ଦୃଢ଼ ହେବ।

ଧନୁ: ଆଜି ଆପଣଙ୍କ ଦିନ ଖୁସିରେ ଭରିଯିବ। ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି। ରାଜନୀତି ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

ମକର: ଆଜିର ଦିନ ଭଲ ରହିବ। କାମର ବୋଝ ଅଧିକ ରହିବ। ତଥାପି ନୂଆ କାମ ଆରମ୍ଭ କରିବାଠୁ ଦୂରେଇ ରୁହନ୍ତୁ। ଅଟକିଥିବା କାମ ପୂରା ହେବ।

କୁମ୍ଭ: ଆଜି ଆପଣଙ୍କୁ ଭଲ ଖବର ମିଳିବ, ଯଦ୍ଦ୍ଵାରା ପୂରା ଦିନ ମନ ପ୍ରସନ୍ନ ରହିବ। ମାନ ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ମୀନ: ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟ ଆଳରେ ଯାତ୍ରା କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.