Below header

ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲ ହେଲେ ଏନସିପି କାର୍ଯ୍ୟନିବାହୀ ଅଧ୍ୟକ୍ଷ, ଶରଦ ପାୱାର କଲେ ଘୋଷଣା

ଏନସିପିର କାର୍ଯ୍ୟନିବାହୀ ଅଧ୍ୟକ୍ଷ ହେଲେ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲ। ଏନସିପି ମୁଖ୍ୟ ଶରଦ ପାୱାର ଏହାର ଘୋଷଣା କରିଛନ୍ତି । ଯାହାର ଏକ ଭିଡିଓ ଜାରି କରାଯାଇଛି ।

ଲୋକସଭା ନିର୍ବାଚନ ପୂର୍ବରୁ ଏନସିପିରେ ବଡ ପରିବର୍ତ୍ତନ ହୋଇଛି । ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଏନସିପିର କାର୍ଯ୍ୟନିବାହୀ ଅଧ୍ୟକ୍ଷ ପଦଭାର ଦିଆଯାଇଛି । ଏନସିପି ମୁଖ୍ୟ ଶରଦ ପାୱାର ଏହାର ଘୋଷଣା କରିଛନ୍ତି । ଯାହାର ଏକ ଭିଡିଓ ଜାରି କରାଯାଇଛି । ଶରଦ ପାୱାର ଏନସିପିର ୨୫ ତମ ସ୍ଥାପନା ଦିବସରେ ଏହି ଘୋଷଣା କରିଛନ୍ତି ।

ଏନ୍‌ସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ମହିଳା ଯୁବା ଓ ଲୋକସଭା ସମନ୍ବୟ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଫୁଲ ପଟେଲ୍‌ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୋଆ ଦାୟିତ୍ବରେ ରହିବେ।


ସୂଚନାଯୋଗ୍ୟ, କିଛିଦିନ ତଳେ ଶରଦ ପାୱାର ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତା’ ପରେ ପାର୍ଟିର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଦାବି ପରେ ଅଧ୍ୟକ୍ଷ ପଦରେ ରହିବା ପାଇଁ ରାଜି ହୋଇଥିଲେ । ଶରଦ ପାଓ୍ଵର ୧୯୯୯ ଏନସିପି ଗଠନ ପରେ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୨୪ ବର୍ଷ ହେଲାଣି ସେ ଅଧ୍ୟକ୍ଷ ପଦରେ ରହିଥିଲେ । ୮୨ ବର୍ଷୀୟ ଶରଦ ୧୯୯୯ରେ ଏନସିପି ଗଠନ ହେବା ପରଠାରୁ ଦଳର ଅଧ୍ୟକ୍ଷ ପଦରେ ରହି ଆସିଥିଲେ । ଶରଦ ପାଓ୍ଵାରଙ୍କ ସମର୍ଥନରେ ଏନସିପି ରାଷ୍ଟ୍ରୀୟ ମହାସଚିବ ଜିତେନ୍ଦ୍ର ଆହ୍ଵାଡ ସହିତ ଅନେକ ନେତା ପଦରୁ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.