ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲ ହେଲେ ଏନସିପି କାର୍ଯ୍ୟନିବାହୀ ଅଧ୍ୟକ୍ଷ, ଶରଦ ପାୱାର କଲେ ଘୋଷଣା
ଏନସିପିର କାର୍ଯ୍ୟନିବାହୀ ଅଧ୍ୟକ୍ଷ ହେଲେ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲ। ଏନସିପି ମୁଖ୍ୟ ଶରଦ ପାୱାର ଏହାର ଘୋଷଣା କରିଛନ୍ତି । ଯାହାର ଏକ ଭିଡିଓ ଜାରି କରାଯାଇଛି ।

ଲୋକସଭା ନିର୍ବାଚନ ପୂର୍ବରୁ ଏନସିପିରେ ବଡ ପରିବର୍ତ୍ତନ ହୋଇଛି । ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଏନସିପିର କାର୍ଯ୍ୟନିବାହୀ ଅଧ୍ୟକ୍ଷ ପଦଭାର ଦିଆଯାଇଛି । ଏନସିପି ମୁଖ୍ୟ ଶରଦ ପାୱାର ଏହାର ଘୋଷଣା କରିଛନ୍ତି । ଯାହାର ଏକ ଭିଡିଓ ଜାରି କରାଯାଇଛି । ଶରଦ ପାୱାର ଏନସିପିର ୨୫ ତମ ସ୍ଥାପନା ଦିବସରେ ଏହି ଘୋଷଣା କରିଛନ୍ତି ।
ଏନ୍ସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ମହିଳା ଯୁବା ଓ ଲୋକସଭା ସମନ୍ବୟ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଫୁଲ ପଟେଲ୍ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୋଆ ଦାୟିତ୍ବରେ ରହିବେ।
#WATCH | …All opposition parties have to come together, I am sure the people of this country will help us. On 23rd we all are meet in Bihar, discuss and come up with a programme and will travel across the country and present it to the people…”: NCP chief Sharad Pawar pic.twitter.com/Joe7GZUixn
— ANI (@ANI) June 10, 2023
ସୂଚନାଯୋଗ୍ୟ, କିଛିଦିନ ତଳେ ଶରଦ ପାୱାର ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତା’ ପରେ ପାର୍ଟିର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଦାବି ପରେ ଅଧ୍ୟକ୍ଷ ପଦରେ ରହିବା ପାଇଁ ରାଜି ହୋଇଥିଲେ । ଶରଦ ପାଓ୍ଵର ୧୯୯୯ ଏନସିପି ଗଠନ ପରେ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୨୪ ବର୍ଷ ହେଲାଣି ସେ ଅଧ୍ୟକ୍ଷ ପଦରେ ରହିଥିଲେ । ୮୨ ବର୍ଷୀୟ ଶରଦ ୧୯୯୯ରେ ଏନସିପି ଗଠନ ହେବା ପରଠାରୁ ଦଳର ଅଧ୍ୟକ୍ଷ ପଦରେ ରହି ଆସିଥିଲେ । ଶରଦ ପାଓ୍ଵାରଙ୍କ ସମର୍ଥନରେ ଏନସିପି ରାଷ୍ଟ୍ରୀୟ ମହାସଚିବ ଜିତେନ୍ଦ୍ର ଆହ୍ଵାଡ ସହିତ ଅନେକ ନେତା ପଦରୁ ଇସ୍ତଫା ଦେଇଥିଲେ ।