ଶିମଲା ହାଇକୋର୍ଟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ

ହିମାଚଳପ୍ରଦେଶର ଜେଲରେ ଥିବା ରାଉରକେଲା ଅଞ୍ଚଳର ଜଣେ କଏଦୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାରେ ଅବହେଳା କରିଥିବା ଦର୍ଶାଇ ଶିମଲା ହାଇକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ଆଦେଶ ମୁତାବକ ଜୁଲାଇ ୫ ତାରିଖ ବୁଧବାର ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଗାଭାଲି କୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି ।

ସୁନ୍ଦରଗଡ(କେନ୍ୟୁଜ୍): ଶିମଲା ହାଇକୋର୍ଟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ । ହିମାଚଳପ୍ରଦେଶର ଜେଲରେ ଥିବା ରାଉରକେଲା ଅଞ୍ଚଳର ଜଣେ କଏଦୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାରେ ଅବହେଳା କରିଥିବା ଦର୍ଶାଇ ଶିମଲା ହାଇକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ଆଦେଶ ମୁତାବକ ଜୁଲାଇ ୫ ତାରିଖ ବୁଧବାର ଜିଲ୍ଲାପାଳ ଡ. ଗାଭାଲି କୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି ।

ତେବେ ସମଗ୍ର ପ୍ରକରଣରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ବିଚାର ଉପବିଭାଗର ୨ କର୍ମଚାରୀ ସୁଧାଂଶୁ ଶେଖର ମହାପାତ୍ର ଓ ସରୋଜ ସୁନାଙ୍କ ତ୍ରୁଟି ଥିବା ଦର୍ଶାଇ ଜିଲ୍ଲାପାଳ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଘଟଣାଟି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, କୌଣସି ଏକ ମାମଲାରେ ରାଉରକେଲା ଅଞ୍ଚଳର ଅମନ ଯାଦବ ନାମକ ଜଣେ ବ୍ୟକ୍ତି ହିମାଚଳପ୍ରଦେଶରେ  ଜେଲ୍‌ରେ ଅଛନ୍ତି ।

କିଛି ମାସ ତଳେ ସେ କାରାବକାଶ (ପାରୋଲ)ରେ ଆସିବାକୁ ଆବେଦନ କରିଥିଲେ । ମାମଲା ଯାଇ ଶିମଲା ହାଇକୋର୍ଟରେ ପହଞ୍ଚିଥିଲା । କୋର୍ଟ ଅମନ ଯାଦବଙ୍କ କାରାବକାଶ ଆବେଦନର ବିଚାର କରିବା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଏସପିଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହ  ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସୁପାରିସ ଲୋଡ଼ିଥି‌ଲେ ।

କୋର୍ଟଙ୍କ ଆଦେଶ ଅନୁସାରେ  ଅମନ ଯାଦବଙ୍କ ସମ୍ପର୍କରେ ରାଉରକେଲା ଏସପି ତଥ୍ୟ ସଂଗ୍ରହ କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କୁ ସୂଚୀତ ନକରି ଶିମଲା ହାଇକୋର୍ଟକୁ ପଠାଇ ଦେଇଥିଲେ । ତେବେ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ସୁପାରିସ କି ରିପୋର୍ଟ ନଯିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇ ତାଙ୍କୁ ଜୁନ ୧୪ରୁ  ୨୧ ତାରିଖ ମଧ୍ୟରେ ୩ ଥର ନୋଟିସ କରିଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଜବାବ ରଖାଯାଇଥିଲା ।

କିନ୍ତୁ ହାଇକୋର୍ଟ ସେଥିରେ ସନ୍ତୁଷ୍ଟ ନହୋଇ ୫ ତାରିଖ‌ରେ ବ୍ୟକ୍ତିଗତ ଭାବେ ହାଜର  ହୋଇ ଜବାବ ରଖିବାକୁ ଆଦେଶ ଦେଇଥିଲେ। ତେବେ ଏସମ୍ପର୍କରେ ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.