ଶ୍ରୀନଗର: ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଲୋକ, ଗିରଫ କରି ଜେଲ୍‌ ପଠାଇଲା ଜମ୍ମୁ-କାଶ୍ମୀର ପୋଲିସ

ଭାରତର ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଜଣ ଲୋକ। ଏହି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୧୪ ଜଣଙ୍କୁ ଗିରଫ କରିଛି ଜମ୍ମୁ-କାଶ୍ମୀର ପୋଲିସ। ଘଟଣା ଘଟିଛି ଶ୍ରୀନଗରରେ।

ଭାରତର ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଜଣ ଲୋକ। ଏହି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୧୪ ଜଣଙ୍କୁ ଗିରଫ କରିଛି ଜମ୍ମୁ-କାଶ୍ମୀର ପୋଲିସ। ଘଟଣା ଘଟିଛି ଶ୍ରୀନଗରରେ। ଖବରରୁ ଜଣାପଡ଼ିଛି, ଶ୍ରୀନଗରରେ ଗତ ଜୁନ୍ ମାସରେ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ବାଜିଥିଲା। ହେଲେ ଜାତୀୟ ସଙ୍ଗୀତ ବାଜିବା ସମୟରେ ୧୪ ଜଣ ଛିଡ଼ା ହୋଇ ନ ଥିଲେ। ଫଳରେ ପୋଲିସ ସେମାନଙ୍କୁ ଗିରଫ କରିଛି।

ଏହି କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜାତୀୟ ସଙ୍ଗୀତ ବାଜିବା ବେଳେ ସମସ୍ତେ ଛିଡ଼ା ହୋଇଥିବା ନେଇ ପୋଲିସ କର୍ମୀ ସୁନିଶ୍ଚିତ କରିପାରି ନ ଥିଲେ। ଫଳରେ ପ୍ରଶାସନ କିଛି ପୋଲିସ କର୍ମୀଙ୍କୁ ମଧ୍ୟ ନିଲମ୍ବନ କରିଛି।

ଅଧିକାରୀମାନେ କହିଛନ୍ତି, ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ଜୁନ୍‌ ୨୫ରେ ଆୟୋଜିତ ‘ପେଡାଲ୍ ଫର୍ ପିସ୍‌’ ସାଇକେଲିଂ କାର୍ଯ୍ୟକ୍ରମର ସମାପନ ସମାରୋହରେ ଜାତୀୟ ସଙ୍ଗୀତ ବଜାଯାଇଥିଲା। କିନ୍ତୁ ଏହି ସମୟରେ କିଛି ଲୋକ ଛିଡ଼ା ହୋଇ ନ ଥିଲେ। ଫଳରେ ଜାତୀୟ ସଙ୍ଗୀତକୁ ଅପମାନିତ କରିବା ଉପରେ ଜମ୍ମୁ-କାଶ୍ମୀର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ଅଧିକାରୀମାନେ କହିଛନ୍ତି, ଦଣ୍ଡ ପ୍ରକ୍ରିୟା ସଂହିତା (CrPC)ର ଧାରା ୧୦୭ ଓ ୧୫୧ ଅନୁଯାୟୀ ୧୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତଙ୍କୁ ଏଠାରେ ଥିବା କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.