Below header

Chat GPTକୁ ଟକ୍କର ଦେବ Bhashini

ସରକାର ଆଣିଲେ ନୂଆ ବିକଳ୍ପ, ଚାଟ୍‌ ଜିପିଟିକୁ ଟକ୍କର ଦେବା ପାଇଁ ବାହାର କଲେ AI Model Bhashini

ଏବେ Chat-GPT କୁ ମାତ୍‌ ଦେବ Bhasini। ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ଏହି Bhasini ଏଆଇର ଏକ ଭଲ ବିକଳ୍ପ ହେବ ବୋଲି ଆଶା ରହିଛି। ସରକାର ଏମଏସଏମଇ , ଷ୍ଟାର୍ଟଅପ୍‌ ଓ ବ୍ୟକ୍ତିଗତ ଇନୋଭେଟର୍ସଙ୍କୁ ସାର୍ବଜନିକ ଡୋମେନ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଭାଷା ସଂସ୍କରଣରେ ନୂଆ ଦିଗକୁ ଲକ୍ଷ୍ୟ କରି ଭାଷିନୀ ପ୍ଲାଟଫର୍ମ କୁ ବାହାର କରିଛନ୍ତି।

ପ୍ରଥମରେ ସରକାର Language Barier ବା ଭାଷା କୁ ନେଇଥିବା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି। ସରକାରଙ୍କ ପ୍ଳାନ ଅନୁସାରେ ନାଗରିକଙ୍କୁ ତାଙ୍କ ମୂଳ ଭାଷାରେ ଦେଶର ଡିଜିଟାଲ ସଂସ୍ଥାରେ ଯୋଡ଼ି ରଖିବା। ଏମିତିରେ ପ୍ରତ୍ୟେକ ଲୋକ ଡିଜିଟାଲ ସମାବେଶ ରେ ଯୋଗ ଦେଇପାରିବେ। କାମ ବି ଅତି ସହଜରେ ହୋଇପାରିବ।

ଏହାବ୍ୟତିତ ଲୋକଙ୍କୁ ନିଜ ମାତୃଭାଷାରେ ଇଣ୍ଟରନେଟର ଉପଯୋଗ କରି ପ୍ରୋତ୍ସାହିତ କରିବା ସହ ବିଜ୍ଞାନ ଓ ପ୍ରାଦ୍ୟୋଗିକ ସାର୍ବଜନିକ ହିତ ପାଇଁ ଭାରତୀୟ ଭାଷାରେ ହିଁ କାମ ହୋଇଯିବ।

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଙ୍କ କହିବା ଅନୁଯାୟୀ ଏହି ମିଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସି ଓ ଷ୍ଟାର୍ଟଅପ୍‌ ଏଥିରେ ସାମିଲ ରହିବେ। ଏହା ନିଜ ଭାଷାରେ ସମସ୍ତ ସେବାକୁ ଉପଲବ୍ଧ କରାଇବ।

ମନ୍ତ୍ରାଳୟ କହିବା ଅନୁସାରେ ବହୁଭାଷାବାଦ ବ୍ୟବସାୟକୁ ବଢ଼ିଆ ସମାଧାନର ବାଟ ଦେଖାଇବ ଏହି ଉପାୟ। ଏମିତିରେ ଯେକୌଣସି ଭାଷା ବୁଝୁଥିବା ଲୋକ ଏହାର ସୁବିଧା ଉଠାଇପାରିବେ। ସରକାରଙ୍କ କହିବା ଅନୁସାରେ ଡିଜିଟାଲ ଇଣ୍ଡିଆର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହି ସମସ୍ୟାର ସମାଧାନ ହେବା ନିହାତି ଜରୁରୀ।
ଏବେ ଜାଣନ୍ତୁ ଏହା କିପରି କାମ କରେ ?

-ଆପଣ ଏହି ଆପ୍‌ କୁ ପ୍ଲେ ଷ୍ଟୋରରେ ଡାଉନଲୋଡ଼ କରିପାରିବେ। କିମ୍ବା Bhasini.gov.inରେ ରେ ଏହାର ସୁବିଧା ଉଠାଇପାରିବେ।
-ଥରେ ଡାଉନଲୋଡ଼ ପରେ ଆପଣଙ୍କୁ ଭାଷା ସମ୍ପର୍କିତ ବିକଳ୍ପ ମିଳିବ।
-ଏହାକୁ କ୍ଳିକ କରିବା ପରେ ୪ ଟି ଅପସନ ଆସିବ। ସୁନୋ ଇଣ୍ଡିଆ, ବୋଲୋ ଇଣ୍ଡିଆ, ଲିଖୋ ଇଣ୍ଡିଆ ଓ ଦେଖୋ ଇଣ୍ଡିଆ।
– ସୁନୋ ଇଣ୍ଡିଆରେ ଆପଣ ଅଡ଼ିଓ ଶୁଣିପାରିବେ। ଏହାକୁ ଟାଇପ କରି ଅନ୍ୟ ଭାଷାରେ ଟ୍ରାନ୍ସଲେଟ କରିପାରିବେ।
-ବୋଲୋ ଇଣ୍ଡିଆରେ ଆପଣ ରେକର୍ଡ କରି ଏହାକୁ ଟାଇପ କରିବେ। ପରେ ଏହାକୁ ପରିବର୍ତ୍ତନ କରାଇବେ।
-ଲିଖୋ ଇଣ୍ଡିଆ ଆପଣ ପଚରାଯାଇଥିବା ପାଠକୁ ନିଜ ଭାଷାରେ ଟ୍ରାନ୍ସ ଲେଟ କରିପାରିବେ।
-ଦେଖୋ ଇଣ୍ଡିଆରେ ଆପଣ ଫଟୋକୁ ଦେଖି ଜାଣିପାରିବେ।
ଏସବୁ କଲା ପରେ ଆପଣଙ୍କୁ ଭାଷା ସମର୍ଥ ଦ୍ୱାରା ସମ୍ନାନିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.