NCPରେ ଏବେ ପୋଷ୍ଟର ଲଢ଼େଇ, ଶରଦ ପାଓ୍ଵାରଙ୍କୁ ବାହୁବଳୀ ତ ଅଜିତ୍‌ଙ୍କୁ ଦର୍ଶାଇଲେ କଟ୍ଟପ୍ପା

ମହାରାଷ୍ଟ୍ରରେ ରାଜନୈତିକ ଲଢ଼େଇ ଥମିବାର ନାଁ ନେଉନାହିଁ। ଦିଲ୍ଲୀରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଶରଦ ପାୱାରଙ୍କ ଘର ବାହାରେ ଅନେକ ପୋଷ୍ଟର ଲଗାଯାଇଛି।

ମହାରାଷ୍ଟ୍ରରେ ରାଜନୈତିକ ଲଢ଼େଇ ଥମିବାର ନାଁ ନେଉନାହିଁ। ଦିଲ୍ଲୀରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଶରଦ ପାୱାରଙ୍କ ଘର ବାହାରେ ଅନେକ ପୋଷ୍ଟର ଲଗାଯାଇଛି।

ପୋଷ୍ଟରରେ ଫିଲ୍ମ ‘ବାହୁବଳୀ’ର ଦୃଶ୍ୟ ଚିତ୍ରଣ କରାଯାଇଛି। ଯେଉଁ ପାର୍ଶ୍ୱରୁ କଟ୍ଟପ୍ପା ବାହୁବଳୀଙ୍କ ପିଠିରେ ଛୁରୀ ଭୁସିଥିଲେ, ସେହି ଫଟୋ ବ୍ୟବହାର କରି ଏଠାରେ ଅଜିତ ପାୱାରଙ୍କୁ ଟାର୍ଗେଟ କରାଯାଇଛି। ପୋଷ୍ଟରରେ କୁହାଯାଇଛି, ‘ନିଜ ଲୋକଙ୍କ ଭିତରେ ଲୁଚି ରହିଥିବା ବିଦ୍ରୋହୀଙ୍କୁ ଜନସାଧାରଣ କ୍ଷମା କରିବେ ନାହିଁ’।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକରେ ଶରଦ ପାୱାରଙ୍କ ବ୍ୟତୀତ ସୁପ୍ରିୟା ସୁଲେଙ୍କ ସହ ଅନେକ ନେତା ଯୋଗଦେବେ।

ଅଜିତ ପାୱାର ନିଜକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷିତ କରିସାରିଛନ୍ତି। ଅଜିତ ପାୱାରଙ୍କ କହିବା ହେଲା, ତାଙ୍କ ଦାଦା ଶରଦ ପାୱାରଙ୍କ ବୟସ ୮୩ ବର୍ଷ ହେଲାଣି, ତେଣୁ ଏବେ ସେ ରାଜନୀତିରୁ ଅବସର ନେଇ ଆଶୀର୍ବାଦ ଦେବା ଉଚିତ୍।

ଦାଦା ମୋତେ ଭିଲିଆନ ଭଳି ଚିତ୍ରିତ କରୁଛନ୍ତି। କିନ୍ତୁ ମୁଁ ତାଙ୍କୁ ଏବେ ବି ଗଭୀର ସମ୍ମାନ କରୁଛି ବୋଲି ଅଜିତ ପାଓ୍ଵାର କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ୫ ଥର ଶପଥ ଗ୍ରହଣ କରି ସାରିଲେଣି ଅଜିତ ପାଓ୍ଵାର। ଦିନେ ନା ଦିନେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.