Below header

ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂହ ପନ୍ନୁ ସଡ଼କ ଦୁର୍ଘଟଣାରେ ମୃତ, ସୋସିଆଲ ମିଡିଆରେ ଚର୍ଚ୍ଚା

ଶିଖ ଫର ଜଷ୍ଟିସର ସଂସ୍ଥାପକ ଗୁରପତବନ୍ତ ସିଂହ ପନ୍ନୁଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପନ୍ନୁଙ୍କ ଦୁର୍ଘଟଣା ଆମେରିକାରର ହାଇୱେ ୧୦୧ରେ ହୋଇଛି । ତେବେ ଏ ସମ୍ବନ୍ଧରେ ଖଲିସ୍ତାନୀ କି ଆମେରିକାର ସରକାର କିଛି ବି ସ୍ପଷ୍ଟୋକ୍ତି କରିନାହିଁ ।

ଖଲିସ୍ତାନୀ ସମର୍ଥକ ତଥା ଶିଖ ଫର ଜଷ୍ଟିସର ସଂସ୍ଥାପକ ଗୁରପତବନ୍ତ ସିଂହ ପନ୍ନୁଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗୁରପତବନ୍ତଙ୍କ ମୃତ୍ୟୁ ବାସ୍ତବରେ ଖଲିସ୍ତାନୀ ଆନ୍ଦୋଳନକାରୀଙ୍କୁ ଏକ ବଡ ଝଟକା ଦେଇଛି । ସୋସିଆଲ ମିଡିଆ ମୁତାବକ, ପନ୍ନୁଙ୍କ ଦୁର୍ଘଟଣା ଆମେରିକାରର ହାଇୱେ ୧୦୧ରେ ହୋଇଛି । ତେବେ ଏ ସମ୍ବନ୍ଧରେ ଖଲିସ୍ତାନୀ କି ଆମେରିକାର ସରକାର କିଛି ବି ସ୍ପଷ୍ଟୋକ୍ତି କରିନାହିଁ ।

ଲଗାତାର ୬୦ ଦିନ ଭିତରେ ତୃତୀୟ ଖଲିସ୍ତାନୀ ସମର୍ଥକଙ୍କ ମୃତ୍ୟୁ ହୋଇଛି । ହରଦୀପ ସିଂ ନିଜ୍ଜର, ଅବତାର ସିଂ ଖାଣ୍ଡା ଏବଂ ପରମଜିତ ସିଂ ପଞ୍ଜଓ୍ଵାର ସାମିଲ ରହିଛନ୍ତି । ଏହି ସମସ୍ତଙ୍କ ମୃତ୍ୟୁ ପରେ ଗୁରପତବନ୍ତ ସିଂ ତିନି ସପ୍ତାହ ହେଲାଣି ଲୁଚି ରହିଥିଲା । ଏହାଛଡା ଖଲିସ୍ତାନୀ ୟୁଟ୍ୟୁବ ଚ୍ୟାନେଲର ଜଣାଶୁଣା ଚେହେରା ମଧ୍ୟ ରହିଥିଲେ । ନିକଟରେ ଖଲିସ୍ତାନ ସମର୍ଥକଙ୍କ ହତ୍ୟା ପରେ ଏକ ଭିଡିଓ ଜାରି କରି କାନାଡା ଏବଂ ଆମେରିକାର ଭାରତୀୟ ଦୂତାବାସର ଅଧିକାରୀଙ୍କୁ ଦାୟୀ କରିଥିଲେ । ଏହା ତାଙ୍କର ଶେଷ ଧମକପୂର୍ଣ୍ଣ ଭିଡିଓ ରହିଥିଲା ।

ଗୁରପତବନ୍ତ ଆମେରିକାରେ ରହି ପଞ୍ଜାବର ରେଫରେଣ୍ଡମ ୨୦୨୦ ନାମକ ଖଲିସ୍ତାନୀ ଆନ୍ଦୋଳନକୁ ଚଳାଉଥିଲେ । ଏହା ଶିଖ୍‌ଙ୍କୁ ଉସୁକାଇବାକୁ ଚେଷ୍ଟା କରୁଥିଲେ । ପନ୍ନୁ ଶିଖଙ୍କୁ ଖଲିସ୍ତାନୀ ଅଭିଯାନରେ ଯୋଡିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ । ପଞ୍ଜାବରେ ଏମିତି କିଛି ଲୋକଙ୍କୁ ଗିରଫ କରାଯାଇଥିଲା, ଯେଉଁମାନେ ସରକାରୀ ଏବଂ ସାର୍ବଜନିକ ସ୍ଥାନରେ ଖଲିସ୍ତାନୀ ନାରାବାଜୀ ଲେଖିବାକୁ ଉସୁକାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.