କାହିଁକି ରହିଛି ” i’m not a robot” ଫିଚର, ଜାଣନ୍ତୁ କାରଣ

ଯେକୌଣସି ୱେବସାଇଟ ଖୋଲିବା ବେଳେ ଆମକୁ i'm not a robot ଉପରେ କ୍ଲିକ୍‌ କରିବାକୁ ପଡିଥାଏ । ଯାହା ଦ୍ୱାରା ଆମେ ରୋବଟ ନୁହେଁ ବୋଲି କମ୍ପ୍ୟୁଟର ଜାଣିଥାଏ । ଏହାକୁ କ୍ଲିକ୍‌ କରିବା ମାତ୍ରେ ଆମ ୱେବସାଇଟକୁ ବ୍ୟକ୍ତିଗତ କଥା ଜାଣିବା ପାଇଁ ଅନୁମତି ଦେଇଛେ ବୋଲି ସୂଚାଏ ।

ମୋବାଇଲ ଫୋନ୍‌ ଆସିବା ପରେ ଲୋକମାନେ ଗୁଗଲ ଉପରେ ଅଧିକ ନିର୍ଭରଶୀଳ ହୋଇଛନ୍ତି । କୌଣସି ପ୍ରକାରର ସୂଚନା ପାଇଁ ଗୁଗଲର ସାହାଯ୍ୟ ନେଉଛେ । ବର୍ତ୍ତମାନ ସମୟରେ ଗୁଗଲ ଆମ ପାଇଁ ବହୁତ ଜରୁରୀ ହୋଇ ପଡିଛି ।

ଆମେ କୌଣସି ୱେବସାଇଟରେ ସାଇନ୍‌ ଇନ୍‌ କରିବା ଠୁ ଆରମ୍ଭ କରି ଭେରିଫିକେସନ ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଗୁଗଲ ଉପରେ ଭରସା କରିଥାଉ । ଯେକୌଣସି ୱେବସାଇଟ ଖୋଲିବା ବେଳେ ଆମକୁ i’m not a robot ଉପରେ କ୍ଲିକ୍‌ କରିବାକୁ ପଡିଥାଏ । ଯାହା ଦ୍ୱାରା ଆମେ ରୋବଟ ନୁହେଁ ବୋଲି କମ୍ପ୍ୟୁଟର ଜାଣିଥାଏ । ଏହାକୁ କ୍ଲିକ୍‌ କରିବା ମାତ୍ରେ ଆମ ୱେବସାଇଟକୁ ବ୍ୟକ୍ତିଗତ କଥା ଜାଣିବା ପାଇଁ ଅନୁମତି ଦେଇଛେ ବୋଲି ସୂଚାଏ ।

ଏହା ପରେ ମୋବାଇଲ ସ୍କ୍ରିନ୍‌ରେ ଏକ ବକ୍ସ ଆସିଥାଏ ଏବଂ ସେଥିରେ ଟିକ୍ କରିବା ପାଇଁ କହିଥାଏ, ଯାହା ଦ୍ୱାରା ଆମେ ରୋବଟ ନୁହେଁ ବୋଲି ଜଣାପଡିଥାଏ । ଏହା ପରେ ହିଁ ଆମେ ୱେବସାଇଟର ଫିଚର ଓ କଣ୍ଟେଣ୍ଟ ବ୍ୟବହାର କରିପାରିବା ।

ଏହି i’m not a robot କ୍ଳିକ୍‌ କରିବା ଦ୍ୱାରା ଜଣାପଡିଥାଏ ଯେ ବ୍ୟବହାରକାରୀ ରୋବଟ ନୁହେଁ ଜଣେ ମଣିଷ । ଏହା ଦ୍ୱାରା କମ୍ପ୍ୟୁଟର ଜାଣିପାରେ ଯେ ସର୍ଚ୍ଚ କରୁଥିବା ୟୁଜର ଜଣେ ବ୍ୟକ୍ତି ଓ ତାଙ୍କୁ ୱେବସାଇଟ ଚଲାଇବାକୁ ଅନୁମତି ଦେଇଥାଏ । ଏହି ଫିଚର ଦ୍ଵାରା ଡାଟା ସୁରକ୍ଷିତ ରହିବା ସହ ୟୁଜରଙ୍କର ବ୍ୟକ୍ତିଗତ ତଥ୍ୟ ମଧ୍ୟ ଲିକ୍ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.