ବିସ୍ଫୋରଣ କରି ବେଙ୍ଗାଲୁରୁ ଉଡ଼ାଇ ଦେବାକୁ କରିଥିଲେ ଯୋଜନା, ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଆତଙ୍କବାଦୀମାନେ ବେଙ୍ଗାଲୁରୁରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ।

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଆତଙ୍କବାଦୀମାନେ ବେଙ୍ଗାଲୁରୁରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଏହି ସମୟରେ ତତ୍ପରତା ଦେଖାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କୁ ଗିରଫ କରିଥିଲା।

କ୍ରାଇମବ୍ରାଞ୍ଚ ଟିମ୍‌ ଦ୍ୱାରା ୫ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ହ୍ୟାଣ୍ଡ ଗ୍ରେନେଡ୍‌ ଏବଂ ୭ଟି ପିସ୍ତଲ ସହ ଅନେକ କାର୍ଟ୍ରିଜ ପୋଲିସ ଜବତ କରିଛି। କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯାଉଥିଲେ।

ମିଳିଥିବା ସୂଚନା ଅନୁସାରେ, ୫ ସନ୍ଦିଗ୍ଧ ଆତଙ୍କବାଦୀ କର୍ଣ୍ଣାଟକର ବାସିନ୍ଦା ବୋଲି କୁହାଯାଉଛି, ଯେଉଁମାନେ ISIS ମଡ୍ୟୁଲ୍ ସହିତ ଯୋଗାଯୋଗରେ ଥିଲେ। ପଚରାଉଚରା ବେଳେ ଜଣାପଡ଼ିଛି ଯେ ସେମାନେ ଜୁନୈଦଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁର ପ୍ରମୁଖ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ।

ବେଙ୍ଗାଲୁରୁ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମୁତାବକ, ଧରାପଡ଼ିଥିବା ଆତଙ୍କବାଦୀମାନେ ହେଲେ ସୋହେଲ, ଉମର, ଜୁନୈଦ, ମୁଦାସିର ଓ ଜାହିଦ। ଏମାନେ ସମସ୍ତେ ୨୦୧୭ରେ ଏକ ମାମଲାରେ ଜେଲ୍‌ରେ ଥିଲେ। ସେହି ସମୟରେ ଆତଙ୍କବାଦୀଙ୍କ ସହ ସେମାନେ ଯୋଗାଯୋଗରେ ଆସିଥିଲେ।

Leave A Reply

Your email address will not be published.